csstore

ଜଲିଆରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ସ୍ଥାନୀୟ କ୍ଲବ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବରେ ପିଣ୍ଟୁ ପଟେଲ, ସମ୍ପାଦକ ଭାବେ ଶରତ ପଟେଲଙ୍କୁ ଦାୟିତ୍ୱ ଦେବା ସହ ସମସ୍ତ କାର୍ଯ୍ୟରେ ପୂଜା କମିଟିର ସଭ୍ୟ ସହଯୋଗ କରିବେ ବୋଲି ନିଷ୍ପତି ନେଇଥିଲେ । ଏହି ବୈଠକରେ କମିଟିର ହେମନ୍ତ ପ୍ରଧାନୀ, ମହାଦେବ ନାଏକ, ଦାମୋଦର ନାଏକ, ବିଶ୍ୱାମିତ୍ର ଭୋଇ (ହାଡୁ), ଅକୃର ଭୋଇ, ହେମନ୍ତ ଦଣ୍ଡସେନା, ପ୍ରବୀନ ଭୋଇ, ଦେବାଶିଷ ମାଝୀ, ବିପିନ ଭୋଇ, ରାକେଶ ମାଝୀ, ମନୋଜ ନାଏକ, ସୁଶୀଲ ଭୋଇ, ପିଣ୍ଟୁ ପଟେଲ, ବିପିନ ଭୋଇ (କଲାର) ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.