ଆଜି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୫ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ କୃଷି, ରାଜସ୍ୱ, ସାଧାରଣ ପ୍ରଶାସନ ଭଳି ପ୍ରାୟ ୮ଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ପାରିତ ହେବାକୁ ରହିଛି । ବୈଠକରେ ଆଦିବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ରାଜ୍ୟ ସରକାର ‘ମିଲେଟ୍ ମିଶନ’କୁ ସଂପ୍ରସାରିତ କରିବା ସହିତ ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବେ । ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାରେ ଆଦିବାସୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ସହିତ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ମଧ୍ୟାହ୍ନ ଭୋଜନ ସହିତ ଯୋଡିବାର କାର୍ଯ୍ୟକ୍ରମ ରହିଛି । ବୈଠକ ପରେ ଏହାର ରୂପରେଖ ଜଣାପଡିବ ବୋଲି ଜଣେ କ୍ୟାବିନେଟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

seven − five =

error: Content is protected !!