om academy

ହର ଘର ତ୍ରିରଙ୍ଗା ଅଭିଯାନ : ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା

ନୂଆଦିଲ୍ଲୀ : ସାରା ଦେଶରେ ଥିବା ଭାରତୀୟ ଡାକ ବିଭାଗର ୧.୫ ଲକ୍ଷ ଡାକଘର (ପୋଷ୍ଟ ଅଫିସ) ମାଧ୍ୟମରେ ୧୦ ଦିନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଥିବା ଜଣାପଡିଛି । ଏକ ଅଫିସିଆଲ ଷ୍ଟେଟମେଣ୍ଟରେ ଏହା କୁହାଯାଇଛି । ଇଣ୍ଡିଆ ପୋଷ୍ଟ କହିଛି ଆପଣ ଆପଣଙ୍କ ନିକଟରେ ଥିବା ପୋଷ୍ଟ ଅଫିସ ଯାଇ ସେଠାରେ ପଇସା ଦେଇ ଅଥବା ଅନ୍‌ଲାଇନରେ ତ୍ରିରଙ୍ଗା କିଣି ପାରିବେ । ସୂଚନା ଯୋଗ୍ୟ, ଡାକ ବିଭାଗ ପକ୍ଷରୁ ପାତ୍ର ୨୫ ଟଙ୍କାରେ ତ୍ରିରଙ୍ଗା ବିକ୍ରି କରାଯାଉଛି । ବୟାନରେ କୁହାଯାଇଛି, ଡାକ ବିଭାଗ ଦେଶରେ ଥିବା ୧.୫ ଲକ୍ଷ ଡାକଘରେ ସର୍ବବ୍ୟାପୀ ନେଟୱର୍କ ସହ ଦେଶର ପ୍ରତିଟି ନାଗରିକଙ୍କ ପାଇଁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ସଂଚାଳନ କରୁଛି । ଭାରତୀୟ ଡାକ ୧୦ ଦିନ ମଧ୍ୟରେ ଡାକ ଘର ମାଧ୍ୟମରେ ତଥା ଅନ୍‌ଲାଇନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରି ସାରିଲାଣି ।

Leave A Reply

Your email address will not be published.

two + four =