ଚିଲ୍‌ଡ୍ରେନ ପାର୍କରେ ପୌରାଧ୍ୟକ୍ଷାଙ୍କ ତତ୍ୱାବଧାନରେ ଲାଗିଲା ବିଭିନ୍ନ ସାମଗ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନରୁ ଭଙ୍ଗା ଦଦରା ହୋଇ ପଡିଥିଲା ବଲାଙ୍ଗିର ବିଜୁ ପଟ୍ଟନାୟକ ଚିଲ୍‌ଡ୍ରେନ ପାର୍କ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ମରାମତି ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ପୌାପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ତତ୍ୱାବଧାନରେ ବିଜୁ ପଟ୍ଟନାୟକ ଚିଲ୍‌ଡ୍ରେନ ପାର୍କରେ ଛୋଟ ଛୋଟ ପିଲାଙ୍କ ପାଇଁ ନୂତନ ଖେଳ ସାମଗ୍ରୀ ଓ ଓପନ ଜିମ୍ନାସିୟମ ସମାଗ୍ରୀ ଲଗାଯାଇଥିବା ନେଇ ଜଣାପଡିଛି । ଏହାକୁ ନେଇ ବୁଦ୍ଧଜୀବୀ ମହଲରେ ଖୁସିବ୍ୟକ୍ତ କରିବା ସହ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଧନ୍ୟବାଦ ଜଣାଯାଇଛି ।

Leave A Reply

Your email address will not be published.

fifteen − 1 =

error: Content is protected !!