csstore

ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ ଠାରେ ଭାରତ ପାକିସ୍ତାନ ବିଭାଜନର ଦୁଃଖଦ ମୁହୂର୍ତ୍ତ ଘଟଣାକୁ ନେଇ ପ୍ରଦର୍ଶନୀ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନଂ୨ରେ ଏକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦେଶ ସ୍ୱାଧୀନ ହେବାର ମାତ୍ର କିଛି ଦିନ ପୂର୍ବରୁ ଭାରତ ପାକିସ୍ତାନ ବିଭାଜନର ଦୁଃଖଦ ମୁହୂର୍ତ୍ତକୁ ଫଟୋ ମାଧ୍ୟମରେ ଏହି ମେଳାରେ ପ୍ରଦର୍ଶିତ କରାଯାଇଛି । ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ଆମନ୍ତ୍ରଣ କରି ସେ ସମୟର ଘଟଣାବଳୀ ବିଷୟରେ ଅବଗତ କରାଇବାକୁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଏକ ସୁନ୍ଦର ପ୍ରୟାସ କରାଯାଇଥିବା ବେଳେ ପ୍ରଦର୍ଶନୀ ମେଳା ରେ ସେ ସମୟର କିଛି ଫଟୋ ଯେପରି ଲୋକେ ଭାରତ ଛାଡ଼ି ପାକିସ୍ତାନ ପଟକୁ ଯାଉଥିବା ଦୃଶ୍ୟ, ଟ୍ରେନରେ ଲୋକଙ୍କ ଭିଡ଼ର ଦୃଶ୍ୟ, ଗରିବୀ ମାନ୍ଦାବସ୍ଥାର ଦୃଶ୍ୟଗୁଡ଼ିକୁ ପ୍ରଦର୍ଶିତ କରାଯିବା ସହ ସେ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି । ଏହା ଦ୍ଵାରା ଛାତ୍ରଛାତ୍ରୀମାନେ ଭାରତ ପାକିସ୍ତାନ ବିଭାଜନ ସମ୍ପର୍କରେ ସବିଶେଷ ତଥ୍ୟ ପାଇ ପାରିଥିବା କହିଥିଲେ । ତେବେ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ ର ପ୍ରିନସିପାଲ ରାମ କୁମାର ପାଣିଗ୍ରାହୀଙ୍କର ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନକୁ ବିଭିନ୍ନ ମହଲରେ ପ୍ରଶଂସା କରଯିବା ସହ ସ୍ୱାଗତ କରାଯାଇଛି ।

jayashree
Leave A Reply

Your email address will not be published.