csstore

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନୀମାନଙ୍କ ଆମରଣ ଅନଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଇଭେଟ ବସ୍‌ ଷ୍ଟାଣ୍ଡ ଅଂଚଳର ଉଠା ଦୋକାନୀମାନେ ଆମରଣ ଅନଶନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଉଠା ଦୋକାନୀ ମାନଙ୍କ କହିବାନୁଯାୟୀ, ସେମାନେ ଦୀର୍ଘ ୩୦ ବର୍ଷ ଧରି ବଲାଙ୍ଗିର ସହରର କଚରୀ ଛକ ଠାରୁ ଭାଗରଥୀ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ଦୋକାନ କରି ନିଜର ପରିବାର ଚଲାଉଥିବା ବେଳେ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସ୍ଥାୟୀ ଭାବେ ଦୋକାନ କରିବା ପାଇଁ ଜମି ଖଣ୍ଡେ ଯୋଗାଇ ଦିଆଯାଉ ନାହିଁ । ଫଳରେ ସେମାନଙ୍କ ପାଇଁ ନିଜ ପରିବାର ଚଲାଇବା କଷ୍ଟକର ହୋଇ ପଡିଛି । ତେଣୁ ଜିଲ୍ଲାପ୍ରଶାସନ ପକ୍ଷରୁ ଉଠା ଦୋକାନୀମାନଙ୍କୁ ଜମି ଖଣ୍ଡିଏ କି ଅନ୍ୟ କୌଣସି ବ୍ୟବସ୍ଥା କରିବା ଦାବୀରେ ଆଜି ଆମରଣ ଅନଶନରେ ବସିଛନ୍ତି ଏହି ଉଠା ଦୋକାନୀ ମାନେ ବୋଲି ଜଣାପଡିଛି । ସରୋଜ ଚନ୍ଦ୍ର ଜେଶୱାଲଙ୍କ ତତ୍ୱାବଧାନରେ ଏହି ଉଠା ଦୋକାନୀମାନେ ଆମରଣ ଅନଶନରେ ବସିଥିବା ବେଳେ ଜିଲ୍ଲାପାଳଙ୍କୁ ମଧ୍ୟ ଏହାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ବୋଲି ସୂଚନା ମିଳିଛି ।

jayashree
Leave A Reply

Your email address will not be published.