pakka

ଗଣେଷ ପୂଜା ଓ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଡ଼କୁଆ ଯୁବକ ସଂଘ, ଡ଼କୁଆପଡ଼ା ଆନୁକୂଲ୍ୟରେ ପୂର୍ବତନ ସଭାପତି ମହେନ୍ଦ୍ର ଦୀପଙ୍କ ସଭାପତିତ୍ୱରେ “ଗଣେଷ ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ-୨୦୨୨” କାର୍ଯ୍ୟକ୍ରମର ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଏମ୍‌.ଇଶ୍ୱର, ସଂପାଦକ ନେହେରୁ ଦୀପ, କୋଷାଧ୍ୟକ୍ଷ ନିଳେଷ ଦୀପ ଏବଂ ସଂଘର ସଂଯୋଜକ ଭାବରେ ବରିଷ୍ଠ ଆଇନଜୀବୀ ମନୋଜ ଦୀପଙ୍କୁ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ଅଶ୍ୱିନୀ ଦୀପ, ଗୌତମ ଦୀପ, ନରୋତମ ଦୀପ, ପଞ୍ଚା ଦୀପ, ଶିବା, ଶିବ, ସିନୁ, ସୂର୍ଯ୍ୟ, ସାନ, ବଡ଼, ସାନୁ, ଟନ, ଏମ୍ ରାଜେଶ, ଶେଷଦେବ ଏବଂ ଗଙ୍ଗାସାଗର ଦୀପ ଉପସ୍ଥିତ ଥିଲେ । ସଂଘର କର୍ମକର୍ତାମାନଙ୍କ ଦ୍ୱାରା ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ସିଦ୍ଧାନ୍ତ କରାଯାଇଥିଲା । ପରିଶେଷରେ ସଭାର ସଦସ୍ୟ ବବୁଲୁ ବିଶ୍ୱାଲ କାର୍ଯ୍ୟକ୍ରମକୁ ସୁପରିଚାଳନା କରାଯିବା ଦିଗରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × two =