pakka

ରାଉରକେଲାରେ ରଥଯାତ୍ରା ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ସପ୍ତାହରେ ପାଳିତ ହେବ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ଏହି ସମୟରେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକାଧିକ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ରାଉରକେଲା ସହରର ଉଦିତ ନଗରଠାରେ ଥିବା ଆଇଟିଡିଏ ସମ୍ମିଳନୀ କକ୍ଷରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ରଥଯାତ୍ରା ହେବାକୁ ଥିବା ବିଭିନ୍ନ ମନ୍ଦିର କମିଟିର ପ୍ରତିନିଧିମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଯଥାଶୀଘ୍ର ରଥଯାତ୍ରା ପାଇଁ ଆବଶ୍ୟକ କାର୍ଯ୍ୟ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ଓ ପୋଲିସ ଆରକ୍ଷୀ ନିରୀକ୍ଷକ ମୁକେଶ କୁମାର ଭାମୋ ପ୍ରମୁଖ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ପାଳନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି ।

Leave A Reply

Your email address will not be published.

five + 10 =