ପ୍ରେମ ଜାଲରେ ପକାଇ ଧନୀମାନଙ୍କୁ ଡାକୁଥିଲେ, ତା’ପରେ ଅଭିନବ ଉପାୟରେ ଲୁଟ୍‌

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଧନୀ ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ପକାଇ ଫ୍ଲାଟକୁ ଡକାଯାଉଥିଲା ଏବଂ ତା’ପରେ ଅଭିନବ ଉପାୟରେ ଲୁଟ୍‌ କରାଯାଉଥିଲା । ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ଏଭଳି ଲୁଟ୍‌ କରାଯିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପୱନ (୩୭), ମଞ୍ଜିତ (୩୩) ଏବଂ ଦୀପକ (୨୯) ବୋଲି ଜଣା ପଡିଛି । ସମସ୍ତେ ହରିୟାଣାର ବାସିନ୍ଦା । ପୋଲିସ କହିଛି ଯେ, ଏହି ଗ୍ୟାଙ୍ଗର ମହିଳା ସଦସ୍ୟା ହନିପ୍ରୀତ ଫେରାର୍‌ ଅଛନ୍ତି ।

ସୂଚନା ଅନୁସାରେ ମେ ୧ ରେ, ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ହନିପ୍ରୀତ ତାଙ୍କୁ ସୋସିଆଲ ମିଡିଆରେ ବନ୍ଧୁତା କରିଥିଲେ ଏବଂ ତାଙ୍କୁ ପଶ୍ଚିମ ବିହାର ସ୍ଥିତ ଏକ ଫ୍ଲାଟକୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ସେ ପ୍ରୀତଙ୍କ କୋଠରୀରେ ସମୟ ବିତାଉଥିଲେ, ସେତେବେଳେ ତିନିଜଣ ପୋଲିସ କର୍ମଚାରୀ ବେଶରେ ଫ୍ଲାଟରେ ପ୍ରବେଶ କରିଥିଲେ । ପୋଲିସ ଅଧିକାରୀ ବେଶରେ ଥିବା ଜଣେ କହିଲେ ଯେ ଯଦି ୧.୫ ଲକ୍ଷ ଟଙ୍କା ନଦେବେ, ତାହାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବାଧ୍ୟ ହୋଇ ବ୍ୟକ୍ତି ଜଣକ ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଏକ ପୋଲିସ ଟିମ୍ ଫ୍ଲାଟ ଉପରେ ଚଢ଼ଉ କରି ଫ୍ଲାଟ ମାଲିକଙ୍କଠାରୁ ଜାଣିବାକୁ ପାଇଥିଲେ ଯେ, ତିନିଜଣ ଅଭିଯୁକ୍ତ ସେଠାରେ ଭଡା ଘରେ ରହୁଥିଲେ ଏବଂ ପ୍ରୀତ ସମୟ ସମୟରେ ସେଠାକୁ ଆସି ସେମାନଙ୍କୁ ଦେଖା କରୁଥିଲେ ।

Leave A Reply

Your email address will not be published.

five × 3 =