ବଲାଙ୍ଗିରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ ତ୍ରୈମାସିକ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନନ୍ତ ନାରାୟଣ ସିଂ ଲାଗୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଗଠିତ ହୋଇ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ସ୍ତରୀୟ କମିଟି, ଟାସ୍କ-ଫୋର୍ସ ଓ ଚାଇଲ୍ଡ ଲାଇନ୍‌ ପରାମର୍ଶ ପରିଷଦ ସମୁହର ତ୍ରୈମାସିକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତାଙ୍କର ସଭାପତିତ୍ୱ ଅଭିଭାଷଣରେ କହିଥିଲେ ଯେ, ପୂର୍ବାପେକ୍ଷା ଆମେ ସମସ୍ତେ ମିଶି ଜିଲ୍ଲାରେ ବାଲ୍ୟ ବିହାକୁ ବହୁ ପରିମାଣରେ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଶୂନରେ ସିମିତ ରଖିବାକୁ ହେଲେ ଲୋକମାନଙ୍କୁ ଏହାର ସମାଜ ଉପରେ ରହିଥିବା ଦୁଃପ୍ରଭାବ ବିଷୟରେ ବୁଝାଇବାକୁ ସମସ୍ତ ବର୍ଗର ଜିଲ୍ଲାବାସୀଙ୍କ ଆକୁଣ୍ଠ ସକାରାତ୍ମକ ସହଯୋଗ ଦରକାର ବୋଲି କହିଥିଲେ । ସେହିଭଳି ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା କମିଟି, ବାଲ୍ୟ ବିବାହ ନିର୍ମୁଳ ଓ କିଶୋର ସଶକ୍ତିକରଣ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଟାସ୍କ ଫୋର୍ସ, ଚାଇଲଡ୍‌ ଲାଇନ ପରାମର୍ଶଦାତା ପରିଷଦର ଉପଯୁକ୍ତ ବ୍ୟବଧାନରେ ତ୍ରୈମାସିକ ମିଳିତ ସମୀକ୍ଷା ବୈଠକ, ପ୍ରାଚୀର ଲେଖା ପ୍ରଚାରପତ୍ର ବଣ୍ଟନ, ଜନ ସମାବେଶ ପ୍ରଭୃତି କରାଯାଇ, ଆଞ୍ଚଳିକ ସ୍ତରରେ ଶିଶୁମାନଙ୍କ ସମସ୍ୟା ମିଳିତ ଭାବେ ଦୂର କରିବାର ଯୋଜନା ସୁନିଶ୍ଚିତ କରାଯାଇ ଶିଶୁ ସୁରକ୍ଷା ଯୋଜନା, ଶିଶୁଙ୍କ ପାଇଁ ଚାଲୁଥିବା କାର୍ଯ୍ୟକ୍ରମ, ବିଭିନ୍ନ ଶିଶୁ ସଂପର୍କିତ ଆଇନର ଉପଯୁକ୍ତ କାର୍ଯ୍ୟକାରୀ କରାଯାଇ, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା, ଶିଶୁ ଚାଲାଣ ବନ୍ଦ କରି ସମସ୍ତ ଶିଶୁଙ୍କୁ ବିଦ୍ୟାଳୟମାନଙ୍କରେ ସକ୍ରିୟ ଶିକ୍ଷା ଗ୍ରହଣରେ ସହଭାଗୀ କରିବା ସମସ୍ତଙ୍କର ମୂଳ କର୍ତ୍ତବ୍ୟ ବୋଲି କହିଥିଲେ । ଉକ୍ତ ମିଳିତ ସମୀକ୍ଷା ବୈଠକରେ ପୌରାଧ୍ୟକ୍ଷା ବଲାଙ୍ଗିର ଲିକା ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନିର୍ବାହୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଦସ୍ୟ ଡା. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ନନ୍ଦି କିଶୋର ଷାଣ୍ଢ, ସୁନିତା ତ୍ରିପାଠୀ, ରେଳବାଇ ଥାନାଧିକାରୀ ରାଜ ସିଂ ମଲ୍ଲିକ, ଅତିରିକ୍ତ ଶ୍ରମାଧିକାରୀ ପାନମଣି ସୋରେନ୍‌, ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଲ, ଏପିଡି ଡିଆରଡିଏ ଡା. ଗୁଣନିଧି ନାଏକ, ବଲାଙ୍ଗିର ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦିପ୍‌, ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଡିପିଏମ୍‌ ଏନ୍‌.ଏଚ୍‌.ଏମ୍‌ ମୃତ୍ୟୁଞ୍ଜୟ ମୁଣ୍ଡ, ଡା. ଡି.କେ.ପତି, ଜି.ଏମ୍‌.ଡି.ଆଇ.ସି. ବି.ପି. ଦାଶ, ସିଡିପିଓ ଲୋଇସିଂହା ପ୍ରଜ୍ଞା ବାରିକ, ଲାଇଲ୍ଡଲାଇନର ଉମାଶଙ୍କର ସାହୁ, ଉମେଶ ପୁରୋହିତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ୍‌ ଦ୍ୱିବେଦୀ, ସଖୀ ୱାନ୍‌ ଷ୍ଟପ୍‌ ସେଣ୍ଟରର ଆଲିଶା ଚକ୍ରବର୍ତ୍ତୀ, ୱାଇସିଡିଏର ଶୁଭ୍ରତା ଜେନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଗଠନମୂଳକ ମତାମତ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ୧ ଏପ୍ରିଲ ୨୦୨୦ରୁ ୧୫ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଯେକୌଣସି ୧୮ ବର୍ଷରୁ କମ୍‌ ଶିଶୁ ଯଦି ନିଜର ରୋଜଗାରକ୍ଷମ ପିତା ଅଥବା ମାତାଙ୍କୁ ହରାଇଥାନ୍ତି, ତା ହେଲେ ତହାର ଉପଯୁକ୍ତ ତଦନ୍ତ କରି ସରକାରଙ୍କ ଆଶୀର୍ବାଦ ଯୋଜନାରେ ଯେମିତି ସୁନିଶ୍ଚିତ ଉପକୃତ ହେବା ପାଇଁ ତହସିଲଦାରଙ୍କ ଦ୍ୱାରା ସୁପାରିଶ ହୋଇପାରିବ ସେଥିପାଇଁ ତତ୍ପର ହେବେ ବୋଲି ସମସ୍ତେ ମତପୋଷଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

18 + 19 =