ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମ·ରୀ ସଂଘର ବୈଠକ ସଭାପତି ନିଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ହୋଇଥିଲା । ଉକ୍ତ ସଭାରେ ଅବସରପ୍ରାପ୍ତ ସରକାରୀ କର୍ମ·ରୀ ସଂଘର କେତେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ଏହି ସମସ୍ୟା ଉପରେ ବିଭାଗୀୟ ସଚିବଙ୍କୁ ପତ୍ରାଳାପ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା ଓ ସଂଘର ନିଜସ୍ୱ ବୈଠକ ଗୃହ ନ ଥିବାରୁ ଏକ ସରକାରୀ ପ୍ଲଟ ମିଳିବା ପାଇଁ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ ଏକ କମିଟି ଉପରେ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ସଂଘର ଏକ ସ୍ମରଣିକା ପ୍ରକାଶ କରାଯିବାକୁ ସ୍ତିର କରାଯାଇଥିଲା । ଏଥିରେ ସଂଘର ସଭ୍ୟମାନଙ୍କ ବିବରଣୀ ଓ ସଂଘର ସଭ୍ୟମାନଙ୍କ ଲେଖା ଆଦି ପ୍ରକାଶ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ଉକ୍ତ ସଭାରେ ସଂଘର ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ, ସଂଘର ଉପ-ସଭାପତି ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ କୁମାର ମିଶ୍ର ଓ ସଂଘର ଅନ୍ୟ କର୍ମକର୍ତ୍ତା ପର୍ଶୁରାମ ନାୟକ, ପୁରୁଷୋତ୍ତମ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ପଟେଲ, ଶ୍ରଦ୍ଧାକର କମ୍ପ, ପୁରୁଷୋତ୍ତମ ଦାଶ ଓ କୃଷ୍ଣଚନ୍ଦ୍ର ମହାକୁର ଆଦି ଯୋଗଦାନ କରିଥିଲେ ।

Leave A Reply

Your email address will not be published.