pakka

ସୁବର୍ଣ୍ଣପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

  • କୋଭିଡ କଟକଣାରେ ପାଳନ ହେବ ସାଧାରଣତନ୍ତ୍ର ଦିବସ-୨୦୨୨

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୦୩.୦୦ ଘ. ସମୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ୟ୍ୟାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ-୨୦୨୨କୁ ସରକାରଙ୍କ କୋଭିଡ ନିୟମାବଳି ଅନୁଯାୟୀ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବର୍ଷ ମଧ୍ୟ କୋଭିଡ ନିୟମାବଳି ଅନୁଯାୟୀ କେବଳ ପୋଲିସ ବାହିନୀ ହିଁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ, କୌଣସି ସ୍କୁଲ ବା କଲେଜର ଛାତ୍ର ଛାତ୍ରୀ ଅଥବା ସର୍ବସାଧାରଣଙ୍କୁ ସମାରୋହରେ ଅଂଶ ଗ୍ରହଣ କରିବା ଉପରେ ବାରଣ କରାଯାଇଛି । ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ସ୍ତରୀୟ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ହେବ । ଦିବସର ମୁଖ୍ୟ ଅତିଥି ଉକ୍ତ ଦିନ ସକାଳ ଘଂ ୦୮-୩୦ ମିନିଟ ଧାର୍ଯ୍ୟ ସମୟରେ ଜିଲ୍ଲାସ୍ତରୀୟ ଆନୁଷ୍ଠାନିକ ଜାତୀୟ ପତାକାକୁ ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ପ୍ରଦାନ କରିବେ । ଆସନ୍ତା ତା ୨୬/୦୧/୨୨ ରିଖ ସକାଳେ ସହରର ବିଭିନ୍ନ ଛକରେ ଅବସ୍ଥାପିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ତରଫରୁ ପୁଷ୍ପ ମାଲ୍ୟ ପ୍ରଦାନ କରାଯିବ । ସମାରୋହ ଅବସରରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ପ୍ରତିଯୋଗିତା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହେବ । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ୟୁଏଲ ବିରେ ଉକ୍ତ ଦିନ କୋଭିଡ କଟକଣାରେ ସକାଳ ଘଂ ୦୮-୩୦ ମି ପରେ ପରେ ଅନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ପୁନଶ୍ଚ ସମାରୋହ ସ୍ଥଳକୁ ସର୍ବସାଧାରଣ ତଥା ସ୍କୁଲ ଓ କଲେଜ ଛାତ୍ର/ଛାତ୍ରୀଙ୍କ ପ୍ରବେଶ ବାରଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଶ୍ରୀମତୀ ନିଶି ପୁନମ ମିଞ୍ଜ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆର୍‌ଡିଏ ଡୋଳାମଣି ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଏଡିଏମ୍‌ ଓ ଡ. ପ୍ରଦୀପ କୁମାର ଗୁରୁ, କାର୍ଯ୍ୟନିର୍ବହୀ ଅଧିକାରୀ, ପୌର ପରିଷଦ ସୋନପୁର, ସୂର୍ୟ୍ୟାଂଶୁ ରୁଟ, ସମେତ ଆର୍‌ଆଇଅଫ୍‌ ପୋଲିସ, ଅଗ୍ନିଶମ ଅଧିକାରୀ, ସହକାରୀ ବଣ ସଂରକ୍ଷକ, ଏଡିଏଚ୍‌, ଡିଇଓ କାର୍ଯ୍ୟାଳୟର କର୍ମଚାରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

two × 4 =