pakka

ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ କମ୍ବଳ ଓ ବିସ୍କୁଟ ବଣ୍ଟନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ସାହୁଙ୍କ ଦିବଙ୍ଗତ ମାତା ସ୍ୱର୍ଗତ ପ୍ରତିଭା ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଜଗଦା ସ୍ଥିତ ବିର୍ସା ମୁଣ୍ଡା ବିଦ୍ୟାପୀଠଠାରେ ଗରିବ ବୃଦ୍ଧ, ବୃଦ୍ଧା ଓ ଛୋଟ ଛୋଟ ପିଲାଙ୍କ ମଧ୍ୟରେ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟର ସଭାପତି ଆରତୀ ସାହୁଙ୍କ ସଭାପତିତ୍ୱ ଓ ପ୍ରଫେସର ଡଃ ବିନୋଦ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଡାକ୍ତର ମଧୁସୂଦନ ସାହୁ ମଂଚ ସଂଯୋଜନା କରିଥିବା ବେଳେ ଝାଡଖଣ୍ଡର ପ୍ରାକ୍ତନ ବନ ସଂରକ୍ଷକ ଅବନୀ କୁମାର ପାତ୍ର ଓ ନିଲିମା ପାତ୍ର, ସାମ୍ବାଦିକ ମନୋଜ ସାମଲ, ବିଦ୍ୟାପୀଠର ସଂପାଦକ ତଥା ପ୍ରଧାନଚାର୍ଯ୍ୟ ବିପଦ ଭଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ମାନବ ସେବା ହିଁ ମାଧବ ସେବା ବୋଲି ଅଭିହିତ କରି ଉପସ୍ଥିତ ଥିବା ଗରିବ ଲୋକ ଓ ପିଲାମାନଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତା ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ପିତା ସାହୁ, ଆକୃତି ସାହୁ, ଅନିମା ସାହୁ, ନିତ୍ୟାନନ୍ଦ ପାତ୍ର, ବୃନ୍ଦାବନ ପାତ୍ର, ଡା.ରବିନାରାୟଣ ବେହେରା, ଭାରତୀ ବେହେରା, ବାଲୁକିଶୋର ପାତ୍ର, ସୁବ୍ରତ କୁମାର ସାହୁ, ପ୍ରିତିଲତା ସାହୁ, ସନ୍ତୋଷ ପାତ୍ର, ଗୀତା ପାତ୍ର, ଡା.ଗୌରୀଶଙ୍କର ପାତ୍ର, ପଙ୍କଜିନୀ ପାତ୍ର, ମାନସ ପାତ୍ର, ଅର୍ଚ୍ଚନା ପାତ୍ର, ଡା.ସମୀର ପାତ୍ର, ରାଜୀବ ପାତ୍ର, ଭାଗ୍ୟଲକ୍ଷ୍ମୀ ପାତ୍ର, ସୀତାନାଥ ସାହୁ, ଜୋସ୍ନାରାଣୀ ସାହୁ, ଅନୁପମା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 1 =