ପଂଚାୟତ ସଂରକ୍ଷଣରୁ ବାଦ ପ୍ରତିବାଦରେ କେନ୍ଦୁମୁଣ୍ଡି ପଂଚାୟତରେ ତାଲା ପକାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ ବ୍ଲକର ପ୍ରାୟ ୩୦ଟି ପଂଚାୟତକୁ ଗଣ ଧାରଣା ସମେତ ଆଜି କେନ୍ଦୁମୁଣ୍ଡି ଘୁଛେପାଲି ଏବଂ ମୁଣ୍ଡମହୁଲ ପଂଚାୟତରେ ଗଣ ଧାରଣା ଆଦିବାସୀ କଲ୍ୟାଣ ସଂଘ ସରକାର ଆଦିବାସୀମାନଙ୍କ ରାଜନୈତିକ ସଂରକ୍ଷଣ ପଦବୀ ପାଇଁ ସରପଞ୍ଚ, ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିଷଦ ଅଧକ୍ଷଙ୍କୁ ଅସାମ୍ବିଧାନିକ ଭାବରେ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଆଜି କେନ୍ଦୁ ମୁଣ୍ଡି ଘୁଛେପାଲି ମୁଣ୍ଡ ମହୁଲ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରି ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି । ଏହି ଆନ୍ଦୋଳନରେ ପାଟଣାଗଡ ବ୍ଲକ ସଭାପତି ଅଷ୍ଟ ରତନ ବରିହା ସହ ସମ୍ପାଦକ ସାରଥୀ ବାଗ ଓ କେନ୍ଦୁ ମୁଣ୍ଡି କର୍ମକର୍ତ୍ତା ବୃନ୍ଦ ଦୁର୍ଯ୍ୟୋଧନ ବର୍ଗେ ଏବଂ କେଶବ ବରିହା ଅନାଦି ଧାରୁଆ, ଅରୁଣ ବର୍ଗେ, ଯୁବ ଲଳିତ ମଳିକ ଶତାଧିକ କର୍ମକର୍ତା ଯୋଗ ଦେଇଥିଲେ । ଯଦି ଓ ରାଜ୍ୟ ସରକାର ତାଙ୍କ ଦେଇଥିବା ପଦ ନବଦଳାନ୍ତି ତା’ ହେଲେ ଏହି ଆନ୍ଦୋଳନ ଏମିତି ଜାରି ରହିବା ସହ ସମସ୍ତ ରାସ୍ତାଘାଟ ବନ୍ଦ କରିଦେବୁ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.

4 × 4 =