pakka

ବିପଦପୂର୍ଣ୍ଣ ଅବସ୍ଥାରେ ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁର ଲୁହା ପୋଲ

kalikesh

ବରଗଡ଼, (ନିରୋଜ କୁମାର ପାଣୀ) : ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁରୁ ବିଛୁଆକୁ ସଂଯୋଗ କରୁଥିବା ଏହି ଲୁହା ପୋଲ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ଏହି ପୋଲ ସ୍ଥାନୀୟ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ସାଜିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୋଲଟିର ଅଧାରୁ ଅଧିକ ଭାଙ୍ଗି ଯାଇ କେନାଲ ଭିତରକୁ ଗଳି ପଡିଛି । ଦୀର୍ଘ ୭୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ଏହି ଲୁହା ପୋଲଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ହୋଇଯାଇଛି । ଗୋଟେ ଦୁଇ ଚକିଆ ମଟର ସାଇକେଲ ଗଲେ ମଧ୍ୟ ସମୂର୍ଣ୍ଣ ପୋଲଟି ହଲୁଛି । ଏଣୁ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳୁଛି କିନ୍ତୁ ବରଗଡ଼କୁ ଆସିବାକୁ ହେଲେ ଅନ୍ୟ କୌଣସି ସୁବିଧା ନଥିବାରୁ ଲୋକଙ୍କୁ ବାଧ୍ୟ ହୋଇ ଉକ୍ତ ପୋଲ ଦେଇ ଯିବା ଆସିବା କରିବାକୁ ପଡୁଛି । ଏଣୁ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପୋଲଟିର ମରାମତି କରାଯାଉ ବୋଲି ଜିଲ୍ଲା ପ୍ରଶାସନ ପାଖରେ ସାଧାରାରଣରେ ଦାବୀ ହେଉଛି ।

pp
Leave A Reply

Your email address will not be published.

eleven − 10 =