ଗୁରୁଣ୍ଡାରେ ସମାଜ ସେବା ଦିବସ ପାଳିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତର ଗୁରୁଣ୍ଡା ଗ୍ରାମଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଏବଂ ଜୟ ଜଗନ୍ନାଥ ଯୁବକ ସଂଘ ଗୁରୁଣ୍ଡାର ଆନୁକୂଲ୍ୟରେ ଜାତୀୟ ଯୁବ ସପ୍ତାହ ଅବସରରେ ସମାଜ ସେବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ସମ୍ମାନିତ ଅତିଥି ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରିର ସଭାପତି ସୁଶୀଳ ଭୋଇ, ନେହେରୁ ଯୁବକେନ୍ଦ୍ରର ସ୍ବେଚ୍ଛାସେବୀ ନରୋତ୍ତମ ତାଣ୍ଡି, ମୋହନ ବୈଠାରୁ ପ୍ରମୁଖ ଯୋଗ ଦେଇଥିଲେ । ଯୁବପିଢୀ ସମାଜସେବା କ୍ଷେତ୍ରରେ ଆଗେଇ ଆସି ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଜୟ ଜଗନ୍ନାଥ ଯୁବକ ସଂଘର କୋଷାଧ୍ୟକ୍ଷ ସୁବୋଧ କୁମାର ସରାଫ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝସ ସରାଫ, ରଫିନ, ଦୟା, ରବିନ୍ଦ୍ର, ଲକ୍ଷ୍ମଣ, ରମେଶ ବୈକୁଣ୍ଠ, ଶେଖର ଭୋଇ, ଟୁନା ଭୋଇ, ନିଖିଳ ମାଝୀ, ଚଉବାହା ଭୋଇ, ଦୟାନିଧି ସାହୁ ପ୍ରମୁଖଙ୍କ ସହ ଯୁବକ ସଂଘର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen + 14 =