jayashree

ମହିଳା ଉତ୍ପାଦକ ଗୋଷ୍ଠୀର ସଶକ୍ତ ସମୀକ୍ଷା ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ) ଠାରେ ଝରନଦେବୀ ଓ ଭାଗ୍ୟଶ୍ରୀ ମହିଳା ପ୍ରଡ୍ୟୁସର କମ୍ପାନୀର ସଦସ୍ୟଙ୍କୁ ନେଇ ମହିଳା ଉତ୍ପାଦକ ଗୋଷ୍ଠୀର ସଶକ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝରଣିପାଲି, ନୁନିଆପାଲି, ବଡ଼ଟିକା ଓ ନଅଗାଁ ପଂଚାୟତରୁ ୨୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିଜିତ ମିଶ୍ର ପ୍ରଡ୍ୟୁସର କମ୍ପାନୀର ସମୀକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ସହିତ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ତଥା ସେଗୁଡ଼ିକର ଯୋଜନା ଉପରେ ଆଲୋକପାତ କରିଥିଲେ । ବୈଠକରେ ଉପସ୍ଥିତ ମହିଳାମାନେ ଉତ୍ସାହିତ ହୋଇ ବ୍ୟବସ୍ଥିତ ଢଙ୍ଗରେ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ସହମତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ମହେନ୍ଦ୍ର ପଧାନ, ସୁଶାନ୍ତ ସା, ପ୍ରଶାନ୍ତ କୁଅଁର, ବିଭୁତି ପଧାନ, ଆଶିଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.