
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ଆସନ୍ତା ୧୧ ଅକ୍ଟୋବର ଦିନ ୧୦ଟା ସମୟରେ ଏକ ସାଧାରଣ ପରିଷଦ ବୈଠକ ସେକ୍ଟର ୩ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଆଗାମୀ ଦଶହରା, ଖଡ୍ଗ ପୂଜା, ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ରାଉରକେଲାର ଖଣ୍ଡାୟତ କ୍ଷତ୍ରିୟ ଭାଇ ଭଉଣୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ଏହି ବୈଠକରେ ଉପସ୍ଥିତ ରହି ସହଯୋଗ କରିବା ସହିତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିଜର ସୁଚିନ୍ତିତ ମତାମତ ଓ ପରାମର୍ଶ ପ୍ରଦାନ କରିବା ପାଇଁ କାର୍ଯ୍ୟକାରୀ କମିଟି ତରଫରୁ ସାଧାରଣ ସମ୍ପାଦକ ଶଶଧର ପାତ୍ର ଅନୁରୋଧ କରିଛନ୍ତି ।