
- ଜନ ସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଇଁ ସିପିଆଇଏମ୍ର କୃତଜ୍ଞତା ପ୍ରକାଶ
ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ମୋଦି ସରକାରଙ୍କ ଜନ ବିରୋଧି ଓ ଦେଶ ବିରୋଧୀ ନିତୀ ବିରୁଦ୍ଧରେ ଏବଂ ଏମ୍ଏମ୍ଡିଆର୍ (ସଂଶୋଧିତ) ଆଇନ୍ -୨୦୨୬ ବାତିଲ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ଓଡ଼ିଶାର ବିଜେପି ଡବଲ ଇଞ୍ଜିନ ସରକାରଙ୍କ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଅକ୍ଷମଣୀୟ ମୁଦ୍ରଣ ତୃଟି ପାଇଁ ଦାୟୀ ହେତୁ ତାଙ୍କର ଇସ୍ତଫା ଓ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଦୁର୍ଗତଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବା ପ୍ରଭୃତି ଦାବି ସହିତ ଭୋଟ ବଞ୍ଚାଅ – ସମ୍ବିଧାନ ବଞ୍ଚାଅ – ଦେଶ ବଞ୍ଚାଅ ଦାବିରେ ଇଣ୍ଡିଆ ମେଣ୍ଟ ତରଫରୁ ଅକ୍ଟୋବର ୮ ତାରିଖ ଓଡ଼ିଶା ବନ୍ଦ ଡାକରାକୁ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଯୋଗୁଁ ସଂପୂର୍ଣ୍ଣ ସଫଳ ହୋଇଥିବାରୁ ଇଣ୍ଡିଆ ମେଣ୍ଟ ବିଶେଷ କରି ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ସହରବାସୀଙ୍କ ନିକଟରେ କୃତଜ୍ଞତା ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି । ଜିଲ୍ଲାର ସମସ୍ତ ପରିବହନ ବସ୍, ଟ୍ରକ୍ ଓ ଅଟୋ ଚଳାଚଳ, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଗମନାଗମନ, ଶିକ୍ଷାନୁଷ୍ଠାନ, ମାଲ୍ ପରିବହନ ସ୍ଵତଃସ୍ପୃତ ଭାବରେ ଜନ ସାଧାରଣ ସହଯୋଗ କରି ବନ୍ଦ ରଖିଛନ୍ତି । ଇଣ୍ଡିଆ ମେଣ୍ଟ ତରଫରୁ କର୍ମୀମାନେ ବିଶ୍ରା ଛକ, ରାଉରକେଲା ମୁଖ୍ୟ ବଜାର, ରାଉରକେଲା ରେଳ ଷ୍ଟେସନ, ବ୍ୟାଙ୍କ, ବୀମା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ଠାରୁ ନେଇ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ଜନ ସାଧାରଣଙ୍କୁ ବନ୍ଦରେ ସହଯୋଗ ପାଇଁ ନିବେଦନ କରିଛନ୍ତି । ଇଣ୍ଡିଆ ମେଣ୍ଟର ଏହି ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଥିବାରୁ ସିପିଆଇଏମ୍ ପକ୍ଷରୁ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ଓ ଆଗାମୀ ଦିନରେ ମୋଦି ସରକାର ଏହି ଜନ ବିରୋଧି ନିତୀ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଲଗାତର ଓ ବୃହତ୍ତମ ଆନ୍ଦୋଳନ କରିବାକୁ ମେଣ୍ଟ ତରଫରୁ କୁହାଯାଇଛି । ସାଧାରଣ ଲୋକେ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି, ପେଟ୍ରୋଲ ଓ ଡିଜେଲ୍ ଓ ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ରନ୍ଧନ ଗ୍ୟାସ ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ସରକାର ଲୋକଙ୍କ ଭୋଟକୁ ଚୋରି କରି କ୍ଷମତାରେ ରହିଛି, ତେଣୁ ସରକାରଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ଆକ୍ରୋଶ ଆଦି ବନ୍ଦ ସଫଳରେ ପରିଲକ୍ଷିତ ହୋଇଛି ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି । ବନ୍ଦରେ କଂଗ୍ରେସ ଜିଲ୍ଲା ସଭାପତି ସାବିର ହୁସେନ, ରବି ରାୟ, ଜ୍ଞାନେନ୍ଦ୍ର ଦାସ୍, ପ୍ରବୋଧ ଦାସ, ଖଦାଳ ସେଠୀ, ଇଜାଜ ଅକତର, ଶିବୁ ଦିପ୍, ସିପିଆଇଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ରାଜ କିଶୋର ପ୍ରଧାନ, ଶ୍ରୀମନ୍ତ ବେହେରା, ବି ପି ମହାପାତ୍ର, ବସନ୍ତ ନାୟକ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଭାଗିରଥି ଟୁଡୁ, ଚନ୍ଦ୍ରଭାନୁ ଦାସ, ଅଜୟ ଶର୍ମା, ଅରୁଣ ମହାରଣା, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଅନାଦି ସାହୁ, ବସନ୍ତ ପାଢ଼ୀ, କବି ପ୍ରଧାନ, ସାଗର ଛୋଟରାୟ, ସଚିନ୍ ରାୟ, ରତ୍ନାକର ନାୟକ, କୁଳମଣି ରାଉତ, ଏନ୍ କେ ରାଉତରାୟ, ଶୁଭେନ୍ଦୁ ମହାନ୍ତି, ପ୍ରମୋଦ ପରିଡ଼ା, ପ୍ରଦୀପ ଗୌଡ, ଜନ୍ମେଜୟ ଘୋଷ, ଜଗଦିଶ ପାଲ, ଜଗବନ୍ଧୁ ରାଉତ୍, ସିପିଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ, ଅନୁପମ ଦତ୍ତ, କୈଳାସ ନାୟକ ସମେତ ବହୁ ଇଣ୍ଡିଆ ମେଣ୍ଟ ସମର୍ଥକ ସାମିଲ ହୋଇଥିଲେ ।