jayashree

ଡିଏଭି ସ୍କୁଲରେ ଜୋନ୍ ସ୍ତରୀୟ ଖୋଖୋ ମ୍ୟାଚ୍ ଉଦଯାପନୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀକଲୋନୀ ସ୍ଥିତ ଡକ୍ଟର. ଏ.ଏନ.କେ ଡିଏଭି.ପବ୍ଲିକ. ସ୍କୁଲ ପରିସରରେ ଦୁଇଦିନିଆ ଜୋନସ୍ତରୀୟ ଖୋଖୋ ମ୍ୟାଚ୍ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ଅଧ୍ୟକ୍ଷତାରେ ଅତ୍ୟନ୍ତ ଆଡମ୍ବର ସହିତ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏଲ. ଏମ.ସି ସଦସ୍ୟ ଏସ୍.କେ ଯୋଶୀ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଜେଶ ମାଲହୋତ୍ରା ଉପସ୍ଥିତ ଥିଲେ । ଏହି ବର୍ଣ୍ଣାଢ଼୍ୟ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ.କାନୁନଗୋଙ୍କ ସମେତ ରାଜେଶ ଦାଶ (ଅଧ୍ୟକ୍ଷ ଡିଏଭି ସେକ୍ଟର -୧୬), ଶ୍ରୀମତୀ ଯଶବିନ୍ଦର କୌର (ପ୍ରାକ୍ତନ ଅଧ୍ୟକ୍ଷ, ସେକ୍ଟର -୧୬) ତଥା ସମ୍ମାନନୀୟା ଶ୍ରୀମତୀ ସାଗରନନ୍ଦିନୀ ଦାସ ଏବଂ ଅରବିନ୍ଦ ପାତ୍ର ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ପରିଚାଳନା ତଥା ସହଯୋଗ କରିଥିଲେ ବିଶ୍ୱନାଥ ଥାନାପତି ଏବଂ କ୍ରୀଡା ଶିକ୍ଷକ ଦୁଷ୍ମନ୍ତ ବେହେରା ତଥା ଶିକ୍ଷୟିତ୍ରୀ ମିନତୀ ପାତ୍ର ।

Leave A Reply

Your email address will not be published.