jayashree

ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଚୟନ, ଆୟ-ବ୍ୟୟର ହିସାବ ଉପସ୍ଥାପନ ସହ ଚଳିତ ବର୍ଷର ଦୁର୍ଗା ପୂଜା ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗାମୀ ତିନି ବର୍ଷ ପାଇଁ ସର୍ବସମ୍ମତିକ୍ରମେ ଚେତନାନନ୍ଦ ପଣ୍ଡାଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ହରି ନାରାୟଣ ପୂଜାରୀ ସମ୍ପାଦକ, ପ୍ରଦୀପ ପଟ୍ଟନାୟକ ଓ ଦେବାଶିଷ ମହାକୁର ଉପସଭାପତି, ସଞ୍ଜୀବ ଶତପଥୀ ସାଙ୍ଗଠନିକ ସମ୍ପାଦକ ଭାବେ ଚୟନ ହୋଇଛନ୍ତି । ସେହିପରି ବିଜୟାନନ୍ଦ ବାଗ ଓ ଦେବବ୍ରତ ବଗର୍ତ୍ତୀଙ୍କୁ ସହ-ସମ୍ପାଦକ ଏବଂ ଅଜୟ କୁମାର ରଥଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି ।
କାର୍ଯ୍ୟକାରୀ ସଦସ୍ୟ ଭାବେ ଲକ୍ଷ୍ମୀ ମହାରଣା, ଅଶୋକ କୁମାର ମହାନ୍ତି, ଭାଗିରଥି ମହାକୁର, ପ୍ରଦ୍ୟୁମ୍ନ ପୁରୋହିତ, ସଞ୍ଜୟ କୁମାର ପୂଜାରୀ, ହିମାଂଶୁ ଶେଖର ପାଢ଼ୀ, ଅରୁଣ କୁମାର ନାଏକ, ବିଷ୍ଣୁଦତ୍ତ ହୋତା, ନୟନ ମହାନ୍ତି, ଶିବାନନ୍ଦ ବାଗ, ଶ୍ରୀକାନ୍ତ ରାଉତ, ଚନ୍ଦ୍ରଚୂଡ଼ ପଣ୍ଡା, ସୁଧୀର ନନ୍ଦ, ଜୀବନ ବାଙ୍କ, ସନ୍ତୋଷ ପଣ୍ଡା, ବିଭୁତି ଭୂଷଣ ମିଶ୍ର, ତାପସ ମହାନ୍ତି, ପଞ୍ଚଜନ୍ୟ ପଣ୍ଡା, ଅମିତ ମହାନ୍ତି ଓ ଜିତୁ ଦାଶଙ୍କ ସମେତ ଜୟ କିଷନ ପଟ୍ଟନାୟକ ନୂତନ ଭାବେ ଚୟନ ହୋଇଛନ୍ତି । ବୈଠକରେ ରାସନ ଦୀପ, ପ୍ରମୋଦ ନନ୍ଦ, ସୋମନାଥ ଆଚାର୍ଯ୍ୟ, କୁଲଦୀପ ପଣ୍ଡା, ନିହାର ପଟ୍ଟନାୟକ, ଜଗପତି ନାଏକ, ଦୀପକ ବାଗ, ଅଜିତ ମହାରଣା, ଅଭିମନ୍ୟୁ ବଗର୍ତ୍ତୀ, ବିଶ୍ୱରଞ୍ଜନ ସିଂହ, ଗଣେଶ ସେଠ, ଦିଲୀପ ବାଗ, ଡମ୍ବରୁଧର ପଶାୟତ, ଯୋଗେନ୍ଦ୍ର ନିଆଲ, ଘନଶ୍ୟାମ ଭ୍ୟାସ, ତପନ ସେଠ, ହୃଷୀକେଶ ପଟ୍ଟନାୟକ, ଜନ୍ମଜୟ ଚନ୍ଦନ, ଆକାଶ ପଧାନ, କାଲିଆ ସେଠ, ଅଭିଷେକ ଚନ୍ଦନ, ଗୋଲକ ସିଂହଦେଓ, ମଧୁସୂଦନ ଦାନୀ, ଜଗବନ୍ଧୁ ନାୟକ, ପ୍ରକାଶ ଭ୍ୟାସ, ପଞ୍ଚାନନ ବରିହା, ସୁଦାମ ଦାଶ ଓ ବିଷ୍ଣୁପ୍ରସାଦ ଜାଲଙ୍କ ସମେତ ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନୂତନ କର୍ମକର୍ତ୍ତାମାନେ ଟ୍ରଷ୍ଟର ପରମ୍ପରାକୁ ଆହୁରି ସୁଦୃଢ଼ କରିବା ସହ ଚଳିତ ବର୍ଷର ଦୁର୍ଗା ପୂଜାକୁ ଶୃଙ୍ଖଳିତ, ଭବ୍ୟ ଓ ସାମୂହିକ ସହଯୋଗରେ ସଫଳ କରିବା ନେଇ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.