jayashree

ପାଇକମାଲରେ କଂଗ୍ରେସ କମିଟିର ବୁଥସ୍ତରୀୟ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଂଗ୍ରେସ ଭବନରେ ରବିବାର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୁଥ ଲେବେଲ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତର ସଭାପତି ଓ ବୁଥ ଲେବେଲ ଏଜେଣ୍ଟମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବୁଥସ୍ତରରୁ କଂଗ୍ରେସ ସଂଗଠନକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ କିପରି ସକ୍ରିୟ ଭାବେ କାର୍ଯ୍ୟ କରିବେ ଏବଂ ଲୋକଙ୍କ ସହିତ ସମ୍ପର୍କ ମଜବୁତ କରିବେ, ସେନେଇ ବିଭିନ୍ନ ବିଷୟରେ ମାର୍ଗଦର୍ଶନ ଦିଆଯାଇଥିଲା । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଲସଦାର ସରପଞ୍ଚ ପ୍ରାର୍ଥୀ ଦିବ୍ୟ ପଟେଲ ନିଜ ସମର୍ଥକମାନଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦାନକୁ ଦଳୀୟ ନେତା ଓ କର୍ମୀମାନେ ସ୍ୱାଗତ କରିଥିଲେ । ପ୍ରଶିକ୍ଷଣ ଶିବିରରେ ପଦ୍ମପୁର ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ, ଜିଲ୍ଲା ଉପ ସଭାପତି ମନୋଜ ତ୍ରିବେଦୀ, ଜିଲ୍ଲା କଂଗ୍ରେସ ସମ୍ପାଦକ ମୁଜାଫର ହୁସେନ, ବରିଷ୍ଠ ନେତା ବିନୋଦ କାଲିଆ, ପ୍ରତାପ ଚନ୍ଦ୍ର ନାୟକ, ପ୍ରାଣବନ୍ଧୁ ଦାଶ, କ୍ଷେତ୍ରୀ ଲୁହାର, ବିଜୟାନନ୍ଦ ପଟ୍ଟନାୟକ, ଧବଳେଶ୍ୱର ସାହୁ, ଅଶ୍ୱିନୀ ପଟେଲ, ନରୋତ୍ତମ ହୋତା, ଅଶ୍ୱିନୀ ପାଣିଗ୍ରାହୀ, ଯୁଧିଷ୍ଠିର ସାହୁ, ଉମାକାନ୍ତ ବାଗ, ପଙ୍କଜ ବାଗଙ୍କ ସମେତ ବହୁ କଂଗ୍ରେସ କମିଟି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା କଂଗ୍ରେସ ସମ୍ପାଦକ ମୁଜାଫର ହୁସେନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.