jayashree

କପିଲାଭଟା ପଞ୍ଚାୟତସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (କେପିଏସ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ହେବାକୁ ଥିବା ପଞ୍ଚାୟତସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ, ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ, ବରୁଣ କୁମାର ବାରିକ, କିରଣ କୁମାର ପ୍ରଧାନ ପ୍ରମୁଖଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଶିକ୍ଷାବିତ, ଶିକ୍ଷକ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ବୈଠକକୁ ସାମ୍ବାଦିକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯିବା ନେଇ ଜଣାପଡିଛି । ଅଗଷ୍ଟ ୧୫ ତାରିଖ ଦିନ ପାହାନ୍ତିଆ ୫.୦୦ ଘଟିକାରେ ପ୍ରଭାତ ଫେରି,ସକାଳ ୭. ୧୫ଘଟିକା – ଜାତୀୟ ପତାକା ଉତ୍ତୋଳନ, ୭.୨୫ଗ୍ରାମ ପରିକ୍ରମା, ୮.୦୦ଘଟିକା – ପରେଡ ଅଭିବାଦନ, ୯.୦୦ଘଟିକା – ସାଂସ୍କୃତିକ କାର୍ଯ୍ୟକ୍ରମ, ୧୧.୦୦- ପୁରସ୍କାର ପ୍ରଦାନ, ୧୨.୦୦ଘଟିକା – ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.