jayashree

ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟ ଠାରେ ସହ-ସଂପାଦକ କସ୍ତୁରି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଏହି ସ୍ୱତନ୍ତ୍ର ଅଧିବେଶନରେ ମାର୍ଗ ଦର୍ଶନ କରି ଭାରତୀୟ ଶିକ୍ଷାନୀତିରେ ୨୦୨୦ ଉପରେ ଆଲୋକପାତ କରିଥିଲେ । ଏ ସଂପର୍କରେ ଆଲୋଚନା କରି ସଭ୍ୟମାନେ କେବଳ ପ୍ରଥମ ଶ୍ରେଣୀର ପାଠ୍ୟପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନ କରି ପର୍ଯ୍ୟାୟ କ୍ରମେ ଆଗାମୀ ବର୍ଷ ଗୁଡିକରେ ଅନ୍ୟ ଶ୍ରେଣୀ ପାଠ୍ୟ ପୁସ୍ତକରେ ପରିବର୍ତ୍ତନ କରିବା, ବହି ଛାପିବାର ବିଭିନ୍ନ କମିଟିର ସଦସ୍ୟ ଗଣ ସଘନ ଭାବରେ ସମଗ୍ର କାର୍ଯ୍ୟଧାରାକୁ ନିରୀକ୍ଷଣ କରି ନ ଥିବା, ବଲାଙ୍ଗିରର ଦଳଗଞ୍ଜନ ପ୍ରେସ ସମେତ ସମଗ୍ର ସରକାରୀ ପ୍ରେସ ଗୁଡିକୁ ବିଶ୍ୱାସକୁ ନେଇ ସମସ୍ତ ପ୍ରିଣ୍ଟି କାର୍ଯ୍ୟ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ମତ ପ୍ରକାଶ କରିଥିଲେ । ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ, ପ୍ରଶନ୍ନ କୁମାର ମିଶ୍ର, ଗୋବିନ୍ଦ ମିଶ୍ର, ଦିବାକର ହୋତା, କବିତା ମିଶ୍ର, ରାଜଶ୍ରୀ ତ୍ରିପାଠି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ମଣ୍ଡଳ ସ୍ତରୀୟ ସଭା ଗୁଡିକରେ ବହୁତ ଲୋକଙ୍କୁ ସାମିଲ କରି ଭାରତୀୟ ଶିକ୍ଷାନୀତିରେ ଭାରତୀୟତା ଅଣାଯାଇଥିବା କଥାକୁ ସଚେତନ କରିବା ପାଇଁ ପ୍ରଫେସର ମିଶ୍ର ମତ ଦେଇଥିଲେ । ଶେଷରେ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.