csstore

୧୬ ଫେବୃୟାରୀ ଦେଶ ବ୍ୟାପୀ ଧର୍ମଘଟ ପାଇଁ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟିର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସ୍ୱାଧୀନ ଫେଡେରେସନ, ଆସୋସିଏସନ୍‌ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ୱାନରେ ୧୬ ଫେବୃୟାରି ଦେଶ ବ୍ୟାପୀ ଏଆଇସିୟୁସି ବଲାଙ୍ଗିର ଜିଲ୍ଲା କମିଟି ବୈଠକ ସ୍ଥାନୀୟ ଗୋୟଲ ଧର୍ମଶାଳାଠାରେ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ତିର୍ଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସହ ସଂପାଦକ ସାଏବୁ ନନ୍ଦ ବିବରଣୀ ଉପସ୍ଥାପନ କରି ଶ୍ରମିକ ଶ୍ରେଣୀ ସ୍କିମ ୱାର୍କର ଅଙ୍ଗନୱାଡି କର୍ମୀ, ସହାୟିକା, ଆଶା କର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ଉପରେ କାର୍ଯ୍ୟଭାର ବଢାଇ ଥିଲେ ବି ଗତ ଭୋଟ ଅନ୍‌ଏକାଉଣ୍ଟ ତଥା କଥାକଥିତ ଅନ୍ତରୀଣ କେନ୍ଦ୍ର ବଜେଟରେ ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା ଦେଇନ ଥିବା ଓ ଭତ୍ତା ବୃଦ୍ଧି କରିନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ବଜାର ଦର ସୀମା ଲଙ୍ଘିଥିବା ବେଳେ ଏସ୍‌ଏନ୍‌ପି ସାମଗ୍ରୀର ବଜାର ଦର ନ ଦେଇ ସରକାର କର୍ମୀମାନଙ୍କୁ ଶୋଷଣ କରୁଛନ୍ତି ବୋଲି ବଡମାଲ ମଜଦୁର ୟୁନିୟନର ସଭାପତି ମନୋଜ କୁମାର ଗୌଡ ସରକାର କର୍ମୀମାନଙ୍କୁ ଶୋଷଣ କରୁଛନ୍ତି ବୋଲି ବିକ୍ଷୋଭ ପ୍ରକାଶ କରିଥିଲେ । ଏଆଇଟିୟୁସି ଉପସଭାପତି ଦୁର୍ଯ୍ୟୋଧନ ବିଶ୍ୱାଲ ଯୋଗଦେଇ ସରକାରଙ୍କ ଏତାଦୃଶ ଶ୍ରମିକ ବିରୋଧୀ, ଜନ ବିରୋଧୀ ନୀତି ବିରୁଦ୍ଧରେ ଆହୁତ ଦେଶ ବ୍ୟାପୀ ଧର୍ମଘଟ ସଫଳତା ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ କର୍ମୀ, ବ୍ଲକ ନିଜ ନିଜ ସମ୍ମୁଖରେ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନସାରା ଶୋଭାଯାତ୍ରା ଓ ଗଣଧାରଣା ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ଓ ଏହି ଧର୍ମଘଟର ସଫଳତା ପାଇଁ ସର୍ବ ସମ୍ମତି ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ କମଲ ଭୋଇ, ମାଧବୀ କଲତା, ପାଣ୍ଡବ ଭୋଇ, ଜଗବନ୍ଧୁ ବେହେରା, ପ୍ରଦୀପ କୁମାର କମ୍ପ, ଓମି ଗୁପ୍ତା, ସରସ୍ୱତୀ ଶର୍ମା, ଯଶୋବନ୍ତୀ ବେହେରା, ମମତା ବାଗ, ମୀନାକ୍ଷି ଜେନା, ବାସନ୍ତୀ ସେଠ, ମାଧବୀ ବେହେରା, କଲ୍ୟାଣୀ ସାହୁ ଓ କର୍ମକର୍ତ୍ତା ପ୍ରମୁଖ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.