pakka

ସମ୍ବଲପୁରୀ ଦିବସ ପାଇଁ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବୈଠକ ସ୍ଥାନୀୟ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ ଓ ସତ୍ୟନାରାୟଣ ବହିଦାରଙ୍କୁ ମୋରୋଣତ୍ତର ଭାବେ ପଦ୍ମଶ୍ରୀ ଉପାଧି ଦେବା ପାଇଁ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବ । ବ୍ୟଙ୍ଗ କବି ମନୋରଞ୍ଜନ ସାହୁଙ୍କୁ ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସିରଜିନା ସମ୍ମାନ ପ୍ରଦାନ କରାଯିବାକୁ ଆଲୋଚନା ହୋଇଥିଲା । ସିରଜିନା କବିତା ସମ୍ମାନ, ଗଳ୍ପ ସମ୍ମାନ, ଅଭିନୟ ସମ୍ମାନ ପ୍ରଦାନ କରାଯିବ ବୋଲି ସମ୍ପାଦକ ରାଜେନ୍ଦ୍ର ମହାନ୍ତି ପ୍ରକାଶ କରିଥିଲେ ଏହି ଉପଲକ୍ଷେ ନାଟକ ଗୀତ ନୃତ୍ୟ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଶେଷରେ ଭୀଷ୍ମ ଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ତୋଷ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ନରୋତ୍ତମ ଦାଶ, ରମଣୀ ରଞ୍ଜନ ବିଶ୍ୱାଳ, ଦୀପକ ଦାଶ, ପୌଲସ୍ତ୍ୟ ସାହା, କୁଞ୍ଜବିହାରୀ ସରାପ, ଆଦିତ୍ୟ କୁମାର ରଥ ଇତ୍ୟାଦି ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

13 − six =

error: Content is protected !!