pakka

‘ଉଦାହରଣ’ ଅନୁଷ୍ଠାନର ପ୍ରଥମର ପ୍ରସ୍ତୁତି ବୈଠକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଥିବା ‘ଉଦାହରଣ’ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଇଣ୍ଡୋ ଜର୍ମାନ୍ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ୧୦ଜଣ ସହିଦ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ସାହାଯ୍ୟ ସହଯୋଗ ସହ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଯାଇଛି । ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ପରିବାରକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ସହଯୋଗ କରିବା । ସୂଚନାଯୋଗ୍ୟ ଯେ, ଗତବର୍ଷ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ୧୩ଜଣ ସହିଦ ପରିବାରକୁ ସମ୍ମାନିତ କରାଯାଇଥିଲା । ଏହି ବୈଠକରେ ଅନୁଷ୍ଠାନର ଟ୍ରଷ୍ଟ ରେଜିଷ୍ଟ୍ରେସନ ସହ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଶ୍ରୀ ତନ୍ତୀ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ଓ ଉଦ୍ଦେଶ୍ୟରେ କହିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କିର୍ତ୍ତନ ଜୟପୁରିଆ, ଶଙ୍କର ଜେନା, ରୋହିତ କୁମାର ମହାନନ୍ଦିଆ, ସୁମନ୍ତ ଜେନା, ବିଶ୍ୱଜିତ ଜେନା, ଅଶ୍ୱିନୀ କୁମାର ଶାସନୀ, ଅଶୋକ କୁମାର ବୁଡା, କବି ନାୟକ, ସନ୍ତୋଷ କୁମାର ଗରଡିଆ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seven − five =