pakka

ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ନେଇ ଥାନାରେ ଅଭିଯୋଗ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଏକଜିମାଲି ଜମିକୁ ଖପ୍ରାଖୋଲ ସଦର ଗ୍ରାମର ଏକ କମ୍ପ୍ୟୁଟର ଦୋକାନୀ ନିଜ ନାମରେ ଜାଲିଆତି କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇ ନେଇଥିବା ନେଇ ଲାଠୋର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ପିତୃ ଅର୍ଜିତ ଜମି ଖାତା ନମ୍ବର ୨୬ରେ ମୋଟ ୩୫ ଏକର ୪୪ ଡିସମିଲ ଏକଜିମାଲି ଭୁ-ସମ୍ପତ୍ତି ତାଙ୍କ ପରିବାର ବାପା, କାକା, ଦାଦା ଗଣେଶ ପଧାନ, ଅର୍ଜୁନ, ମୋତିରାମ, ହର, ଗୋପାଳ ପଧାନଙ୍କ ନାମରେ ରହିଛି । ୨୦୨୨ ବର୍ଷରେ ଉକ୍ତ ଜମିରେ ଭାଗବଣ୍ଟା କରି ସମସ୍ତେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ନିଜେ ନିଜେ କରିଥିଲେ ହେଲେ ଚଳିତ ବର୍ଷ ୩୦/୫/୨୦୨୩ ତାରିଖ ଦିନ ଫସଲ ବୀମା ସଂଶୋଧନ ଲାଗି ବେନ୍ଦେର ଗ୍ରାମରେ ଏକ ନୋଟିସ ଜାରି କରାଗଲା । ଉକ୍ତ ଜମିର ସଂଶୋଧନ ପାଇଁ ଯାଇ ଜାଣିବାକୁ ପାଇଲେ ଯେ, ସେହି ଜମିରେ ନିଜ ଗ୍ରାମର ସରୋଜ ପଧାନ, ଖପ୍ରାଖୋଲର ଗଜରାଜ ପଧାନ, ଗୁଣନିଧି ପଧାନ, କବିତା ପଧାନଙ୍କ ସହିତ ଖପ୍ରାଖୋଲର ଏକ କମ୍ପ୍ୟୁଟର ଦୋକାନୀ ପଦ୍ମନାଭ ପଧାନ (ହାକା) ସବୁ ଜମିକୁ ଜାଲିଆତି କରି ଫସଲ ବୀମା କରାଇ ନେଇଥିବା ଜାଣି ପାରିଥିଲେ । ଉକ୍ତ ବ୍ୟକ୍ତିମାନଙ୍କ ନାମରେ ଲାଠୋର ଥାନାରେ ଅଭିଯୋଗ କରାଯାଇଛି । ଏହାର ଉଚିତ୍‌ ତଦନ୍ତ ପାଇଁ ପରିବାର ଦାବୀ କରିଛନ୍ତି । ଏନେଇ ଲାଠୋର ଥାନା କେସ ନଂ ୬୬/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

8 − 1 =