pakka

ଜୈବିକ ଔଷଧ ପ୍ରସ୍ତୁତି ସମ୍ୱନ୍ଧୀୟ ତାଲିମ ଓ ଜୈବିକ କୃଷିର ଉପାଦେୟତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

bbehera

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ପାଣ୍ଡେସରା ଗ୍ରାମର ଚାଷୀଙ୍କୁ ନେଇ ଜୈବିକ ଔଷଧ ପ୍ରସୂତି ସମ୍ୱନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ତରଫରୁ ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ସମାଜରେ ତାର କୁପ୍ରଭାବ ପଡୁଛି । ତେଣୁ ଜୈବିକ ସାରର କିପରି ଅଧିକ ବ୍ୟବହାର ହୋଇ ପାରିବ ସେ ଉପରେ ଉପସ୍ଥିତ ଚାଷୀ ତଥା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିସହିତ ସେ ସମ୍ବନ୍ଧୀୟ ଏକ ଡେମନଷ୍ଟ୍ରେସନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ପିଣ୍ଟୁ ପଧାନ, ନମିତା ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

9 + 9 =