pakka

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଖଣ୍ଡସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଖଣ୍ଡସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ସାଂସଦ ଶ୍ରୀ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କିସ୍‌ କୀଟ୍‌ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ଆସନ୍ତା ମଇ ୧୭ରେ ହେବାକୁ ଥିବା ଆର୍ଟ ଅଫ୍‌ ଗିଭିଙ୍ଗ୍‌ ଦିବସ ସମସ୍ତ ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ପାଳନ କରିବାକୁ ସ୍ଥିର କରାଯାଇଛି । ନକଲି ଆଦିବାସୀ ସମସ୍ୟା, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ସମସ୍ୟା, ଶିକ୍ଷା ଅଧିକାର ଆଇନ ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଦଳ ଗୁଡିକୁ ପାଞ୍ଚ ଲକ୍ଷ ସରକାରୀ ଋଣ ଯୋଜନାରେ ପଚାଶ ପ୍ରତିଶତ ରିହାତି ପ୍ରଦାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଆଦିବାସୀ ମାନଙ୍କ ଅର୍ଥନୈତିକ ବିକାଶ, ପ୍ରତ୍ୟେକ ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ଆଦିବାସୀଙ୍କୁ ଆବାସ ପ୍ରଦାନ, ଆଦିବାସୀ ଇଲାକାରେ ନେଟୱାର୍କ ସ୍ଥାପନ, ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଓଡିଶାର ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ତଥା ରାଜ୍ୟର ୧ କୋଟି ଆଦିବାସୀ (ଜନସଂଖ୍ୟା) ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦିବାସୀ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା, ପ୍ରତି ଜିଲ୍ଲାରେ ଆଦିବାସୀ କଲ୍ୟାଣ ଭବନ ନିର୍ମାଣ, ଆଦିବାସୀ ଧର୍ମପୀଠ, ପୂଜାସ୍ଥଳୀର ସୁରକ୍ଷା, ରକ୍ଷଣାବେକ୍ଷଣ ମରାମତି, ଜିଲ୍ଲାର ୩୫ଟି ଆଦିବାସୀ କନ୍ୟାଶ୍ରମ, ଆଶ୍ରମ, ସେବାଶ୍ରମଗୁଡିକୁ ଦ୍ୱାଦଶ ପର୍ଯ୍ୟନ୍ତ ଅପଗ୍ରେଡ଼ କରିବା, ଦ୍ୱାଦଶ ପର୍ଯ୍ୟନ୍ତ ଥିବା ମାଲପଡା, ଚୂଡ଼ାପାଲି, ରାମଚନ୍ଦ୍ରପୁର, ରାମପୁର ସେବାଶ୍ରମକୁ ପୋଷ୍ଟ ଗ୍ରାଜୁଏଟା ପର୍ଯ୍ୟନ୍ତ ଆର୍ଟ୍ସ, ସାଇନ୍ସ, କମର୍ସ କୋର୍ସ ଷ୍ଟ୍ରିମ ଅନୁମୋଦନ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା । ଆଦିବାସୀମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା, ଉପେକ୍ଷା, ପାତରଅନ୍ତର ନୀତିକୁ ନିନ୍ଦା କରାଯାଇଥିଲା । ଆଦିବାସୀମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଜନିତ ଦାବୀଗୁଡିକ ପୂରଣ ନ ହେଲେ ଏକ ମାସ ପରେ ଆଦିବାସୀ ଆନ୍ଦୋଳନ ଭାୟାବହ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ବୈଠକରେ ଅଷ୍ଟରତ୍ନ ବରିହା, ନଗର ସଭାପତି ଚନ୍ଦ୍ରମଣି ଶବର, ଭୁବନେଶ୍ୱର କୁଅଁର, ବସନ୍ତ ମାଝୀ, ସାରଥୀ ବାଗ, ଟିକେଶ୍ୱର ଧରୁଆ, ନାରୀ ନେତ୍ରୀ ଲକ୍ଷ୍ମୀ ଶବର, ସତ୍ୟଭାମା ମାଝୀ, ଘନ ଭୋଇ, ଲେକୃ ଧରୁଆ, ଚନ୍ଦ୍ରଶେଖର ବରିହା, ଜଗ ଜୀବନ ଭୋଇ, ଧୂବଳେଶ୍ୱର ଭୋଇ, ଜଳଧର ଧରୁଆ, ହୃଷିକେଶ ଭୋଇ, ଝସକେତନ ଧରୁଆ, ଧରମ ସିଂ ଧରୁଆ, ଗୌରାଙ୍ଗ ବରିହା, ଡମ୍ବରୁଧର ଧରୁଆ, ମିନିକେତନ ମାଝୀ, ଟିକେଶ୍ୱର ମିର୍ଧା, ଲଳିତ ମଲ୍ଲିକ, ଦୁର୍ଯ୍ୟୋଧନ ବର୍ଗେଙ୍କ ସହିତ ସମସ୍ତ ଆଦିବାସୀ ନେତା ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

four × four =