pakka

ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟପ୍ପର ହେଲେ ଅବିନାଶ ଚୌଧୁରୀ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ତନ୍ମଧ୍ୟରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡିଠାରେ ଅବସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର (ସିବିଏସ୍‌ଇ ପେର୍ଟେନ) ତରଫରୁ ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ଘୋଷିତ ହୋଇଛି । ଏହି ଶିକ୍ଷାନୁଷ୍ଠାନରେ ପାଖାପାଖି ୯୪ ପ୍ରତିଶତ ମାର୍କ ରଖି ଛତ୍ରପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଅବିନାଶ ଚୌଧୁରୀ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି । ଟପ୍ପର ହୋଇଥିବା ମେଧାବୀ ଛାତ୍ର ଜଣକ ହେଲେ ଛତ୍ରପୁର ସହର ବାସିନ୍ଦା ବିଶିଷ୍ଟ ଖବରକାଗଜ ବିକ୍ରେତା ଅମୀୟ କୁମାର ଚୌଧୁରୀ ଓ ବିପୁଳିଙ୍ଗି ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା କୁମାରୀ ପଣ୍ଡାଙ୍କ ଅଲିଅଳ ପୁତ୍ର ଅଟନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଛାତ୍ରଙ୍କ ଅଭିଭାବକ ଗଣ ସ୍କୁଲର ପ୍ରିନ୍ସିପାଲ ଏବଂ ତାଙ୍କର ଟିଉସନ୍‌ ଗୁରୁଜୀଙ୍କୁ ସାଧୁବାଦର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅବିନାଶଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

jay balangir
Leave A Reply

Your email address will not be published.

five × one =