jsm

ସହଯୋଗ ଫାଉଣ୍ଡେସନ ପକ୍ଷରୁ ଆପକେ ସେହତ୍ ଆପକେ ହାଥ୍‌ କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁସ୍ଥ ରହିବା ପାଇଁ ସମୟ ସମୟରେ ବ୍ୟାୟାମ କରିବା, ସଠିକ୍ ଖାଦ୍ୟ ଖାଇବା, ଯଥେଷ୍ଟ ନିଦ ଆସିବା, ଚାପରୁ ଦୂରରେ ରହିବା ଏବଂ ନିୟମିତ ସ୍ଵାସ୍ଥ ପରୀକ୍ଷା କରିବା ଆବଶ୍ୟକ । ଏକ ସୁସ୍ଥ ଏବଂ ସୁଖମୟ ଜୀବନଯାପନ କରିବା ପାଇଁ ଆମ ଶରୀରର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସର୍ବଦା ଖୁସି ହେବା, ସାମାଜିକ ବ୍ୟକ୍ତି ହେବା, ସର୍ବଦା ସୁସ୍ଥ ରହିବା ପାଇଁ ସହଯୋଗ ଫାଉଣ୍ଡେସନ ଆଜି ବଲାଙ୍ଗିର ହାଟପଦାପଡା ପାର୍କରେ ଆପକେ ସେହତ୍‌ ଆପକେ ହାଥ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଏହି ପ୍ରୋଗ୍ରାମ୍ ହେଉଛି ଏକ ଏମିତି ପ୍ରୋଗ୍ରାମ୍ ଯାହା ଆମକୁ ସୁସ୍ଥ ରହିବା ସହିତ ଜଡିତ ସମସ୍ତ ସୂଚନା ପ୍ରଦାନ କରିଥାଏ । ଏହି କାର୍ଯ୍ୟକ୍ରମରେ ବ୍ୟାୟାମ, ଯୋଗ, ଧ୍ୟାନ, ନାଚୁରୋପାଥି, ଭଲ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଦ୍ୱାରା ଆମ ଶରୀର, ମନ ଏବଂ ପ୍ରାଣକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ଆର୍ତ୍ତତ୍ରାଣ ପାଢ଼ୀଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ଼କ୍ଟର ପଞ୍ଚାନନ ପ୍ରଧାନ, ପୀୟୂଷ ଅଗ୍ରୱାଲ, ଅଭିନିଷ ଅଗ୍ରୱାଲ, ରାମ ନାରାୟଣ ଦାଶ, ରାମ ଅବତାର ଅଗ୍ରୱାଲ, ମିସ ମିଳି, ଶଙ୍କର ଲାଲ କେଡିଆ, ପ୍ରଭାତ ଶ୍ରୀବାସ୍ତବ ଏବଂ ପାର୍କର ଅନ୍ୟ ସହକର୍ମୀ ବିଶେଷ ସହଯୋଗ କରିଥିଲେ । ସହଯୋଗ ଫାଉଣ୍ଡେସନର ସମ୍ପାଦିକା ପିଙ୍କି ମୋଦୀ ସୂଚନା ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମ ନିଶୁକ୍ଳ ପ୍ରତ୍ୟେକ ଶନିବାର ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷକଙ୍କ ସହ ଚାଲୁ ରହିବ ।

yuvodaya
Leave A Reply

Your email address will not be published.