ଆସନ୍ତା ୯ରେ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ । ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟଜଳ, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଜଳସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ରାଜସ୍ୱ, ଶିଳ୍ପ ବିଭାଗର ପ୍ରାୟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି । ଏହାଛଡ଼ା କେତୋଟି ଆଇନରେ ସଂଶୋଧନ ଅଣାଯିବା ସହ ପାନୀୟଜଳ, ବିଭିନ୍ନ ପ୍ରକଳ୍ପକୁ ଜମି, କ୍ୟାଡର ପୁନର୍ଗଠନ ଆଦି ପ୍ରସ୍ତାବ ଅନୁମୋଦନ ଲାଭ କରିବ । ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍‌ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି ।

Leave A Reply

Your email address will not be published.

14 − 4 =