csstore

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ବାଇକ୍ ଆରୋହୀ ମୃତ

ରାୟଗଡା : ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଉଭୟ ବାଇକ ଆରୋହୀ ମୃତ । ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ମୁନିଗୁଡ଼ା ବ୍ଲକ ଗୋବର୍ଦ୍ଧନ ଗ୍ରାମର ଦେବାଶିଷ ସାହୁ ହୋଇଥିବା ବେଳେ ଅନ୍ୟ ଜଣେ ମୁନିଗୁଡ଼ା ଥାନା ଅର୍ନ୍ତଗତ ବାଙ୍କିଲି ଗ୍ରାମର ଅର୍ଜୁନ ଶିକକା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉକି ଗୋବର୍ଦ୍ଧନ ଗ୍ରାମର ଦେବାଶିଷ ସାହୁ ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଅଟୋ ଯୋଗେ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ ପଠାଇ ନିଜେ ବାଇକ ଯୋଗେ ବିଷମ କଟକ ଯାଉଥିବା ବେଳେ ଅନ୍ୟ ପଟୁ ମୁନିଗୁଡ଼ା ଥାନା ଅନ୍ତର୍ଗତ ବାଙ୍କିଲ ଗ୍ରାମର ଅର୍ଜୁନ ଶିକକା ନାମକ ଯୁବକ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପ୍ରଚାର ହେବା ପରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି । ତେବେ ମୁନିଗୁଡ଼ା ପୋଲିସ ମେଡ଼ିକାଲରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.