pakka

କଲରାପତରିଆ ବାଘ ଆତଙ୍କ : ୧ ଗୁରୁତର

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ସିନାପାଲି ରେଞ୍ଜ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ହିରାପୁରଠାରେ କଲରାପତରିଆ ବାଘ ଆତଙ୍କ ଦେଖାଯାଇଛି । ବାଘର ରାମ୍ପୁଡ଼ା ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ହିରାପୁର ଗ୍ରାମର ସେନାପତି ମାଝି (୩୪) । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେନାପତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ପ୍ରାୟ ୬ଟା ସମୟରେ ସେନାପତି ଗାଁ ନିକଟ ନାଳକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ହଠାତ ଏକ କଲରାପତରିଆ ବାଘ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ସେଠାରେ ଯୁବକ ଓ ବାଘ ମୁହଁ ମୁହିଁ ହୋଇଥିଲେ । ବାଘର ରାମ୍ପୁଡ଼ା ମାଡ଼ରେ ଯୁବକ ଗୁରୁତର ଆହତ ହୋଇଥିଲେ । ଯୁବକ ଜଣକ ଚିତ୍କାର କରିବାରୁ ଆଖପାଖ ଲୋକେ ଡାକ ଶୁଣି ଦୌଡ଼ିଯାଇ ଯୁବକଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏନେଇ କୌଣସି ସୁତ୍ରରୁ ଖବର ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତାଙ୍କ ନେତୃତ୍ୱରେ ଏକ ଟିମ୍ ଗାଁକୁ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

seven + 20 =