pakka

ପରିବେଶ ସୁରକ୍ଷା ନେଇ ଟିଟିସିଲେଟରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ସାଇକେଲ ଯାତ୍ରା

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତର ଟିଟିସିଲେଟ ଗ୍ରାମରୁ ବଙ୍ଗୋମୁଣ୍ଡା ଫାଷ୍ଟ ଅନୁଷ୍ଠାନର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା ରାଲି ସାଇକେଲ ଆରୋହୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଟିଟିସିଲେଟ ଗାଁର ୫୦ ଜଣ ଚାଷୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ସ୍ୱାଗତ ପରେ ସାଇକେଲ ସଚେତନତା ରାଲି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ବଙ୍ଗୋମୁଣ୍ଡା ପହଞ୍ଚି ଥିଲେ । ବାଟରେ ବେହେରାବାହାଲି ଓ କନାବିରା ଗ୍ରାମର ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ସଭ୍ୟା ବନ୍ଦାପନା କରି ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ୱିଚଅନ୍ ଫାଉଣ୍ଡେସନର ସହାୟତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସଚେତନତା ରାଲି ମାଧ୍ୟମରେ ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ମାନସିକତା ପରିବର୍ତ୍ତନ କରି ବୃକ୍ଷ ରୋପଣ, ରାସାୟନିକ ସାର ପରିବର୍ତ୍ତେ ଖତସାର ବ୍ୟବହାର, ପଲିଥିନ ବର୍ଜନ, ଏଣେ ତେଣେ ମଇଳା ନ ଫିଙ୍ଗିବା, ଶୌଚାଳୟ ବ୍ୟବହାର ଇତ୍ୟାଦି ଉପରେ ସଚେତନତା କରାଯାଇଥିଲା । ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ କାହ୍ନୁଚରଣ ମେହେର, ପଞ୍ଚୁ ମାଝୀ, କେଶରୀ ସିଂ ଭୋଇ, ଧବଳେଶ୍ୱର ପୁଞ୍ଜି, ପ୍ରେମଲାଲ ଝାଙ୍କର, ଗୋପବନ୍ଧୁ ମାଝୀ, କ୍ଷୀରଧର ବେହେରା ପ୍ରମୁଖଙ୍କ ସହ କର୍ମଚାରୀମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

14 − ten =