pakka

ଫକୀର ଚରଣ ପାଢ଼ୀଙ୍କ ‘ତୁଷାର ମାନବ’ ଲୋକାର୍ପିତ ଓ ଚାରା ରୋପଣ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶିଷ୍ଟ ସାହିତ୍ୟିକ ଫକୀର ଚରଣ ପାଢ଼ୀଙ୍କ ରଚିତ “ତୁଷାର ମାନବ’ ପୁସ୍ତକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧ ବାର୍ଷିକ ସତ୍ୟବାଦୀର ପଞ୍ଚସଖା ସମାଧି ପୀଠରେ ଉତ୍କଳ ସମ୍ମିଳନୀ ପୂରୀ ଜିଲ୍ଲା ଶାଖାର ପାଳନ ଅବସରରେ ଲୋକାର୍ପିତ ହୋଇଯାଇଛି । ସଭାପତି ତଥା ସତ୍ୟବାଦୀ ଇତିହାସର ଲେଖକ କବି ଭୀମସେନ ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ କବୟିତ୍ରୀ ବିଶାଖା ଦେବୀ, ସୁରେନ୍ଦ୍ର ମହାପାତ୍ର, କବି ରଶ୍ମୀ ରଞ୍ଜନ ସାହୁ, କବି ବିଜୟ କୁମାର ପରିଡା, ଶିକ୍ଷକ କବି ଅଭୟ ଚରଣ ସାହୁ, ପ୍ରକୃତିମିତ୍ର ତଥା ସବୁଜ କବି ଆଇନଜୀବୀ ହୃଷୀକେଶ ପାଢ଼ୀ, କବି ଅଶୋକ ପ୍ରଧାନ, ଡ଼ଃ ହେମନ୍ତ କୁମାର ଛୋଟରାୟ, ଉପସଭାପତି ଅନାମ ଚରଣ ମଲ୍ଲିକ, ତପନ କୁମାର ପ୍ରଧାନ ଓ ବାପୁନି ବେହେରା ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଦୀପ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ସହ ଗୁଣଗାନ କରିଥିଲେ । “ତୁଷାର ମାନବ’ ଏକ ଭିନ୍ନ ଧରଣର ବିଜ୍ଞାନ ଭିତ୍ତିକ ପୁସ୍ତକ ହୋଇଥିବାରୁ ଏହା ପାଠକମାନଙ୍କ ମନକୁ ଛୁଇଁବ ବୋଲି ବକ୍ତାମାନେ ନିଜ ନିଜ ଭାଷଣରେ ଅଭିହିତ କରିବା ସହ ଶ୍ରୀ ପାଢ଼ୀ ତାଙ୍କର ଆହୁରି ନୂଆ ନୂଆ ସୃଷ୍ଟି ଭାରତୀୟ ବିଦ୍ୟାଭଣ୍ଡାରକୁ ଭେଟି ଦେଇ ସାରସ୍ୱତ ଜଗତକୁ ଋଦ୍ଧିମନ୍ତ କରିବା ସହ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ ଲଭନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଶେଷରେ କୁମୁକା ଜଙ୍ଗଲରୁ ଐତିହ୍ୟ ବକୁଳବନ ସୁରକ୍ଷା ଅଭିଯାନର ସାରଥୀ ହୃଷୀକେଶ ପାଢ଼ୀ ସାଙ୍ଗରେ ନେଇଥିବା ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା କବିତା “ଲଗାଇବା ଗଛ ଜାତିକି ଜାତି’ ଆବୃତ୍ତି କରି ଜନସଚେତନତା ସୃଷ୍ଟି କରିଥିଲେ ।

jay balangir
Leave A Reply

Your email address will not be published.

seventeen + eighteen =