pakka

ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ କରିବାକୁ ଉଦ୍ୟମ

bbehera

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଆରଡିଓ ଝସକେତନ ମେହେର, ରକ୍ଷକ ସାଧନକର୍ମୀ ଆଶିଷ ନାଏକ ତରଭା ବ୍ଲକର ବିଭିନ୍ନ ହାଇସ୍କୁଲକୁ ପରିଦର୍ଶନରେ ଯାଇ ସ୍କୁଲସ୍ତରୀୟ ଜୁନିଅର ରେଡକ୍ରସ ୟୁନିଟକୁ କ୍ରିୟାଶୀଳ କରିବାକୁ ପ୍ରଧାନ ଶିକ୍ଷକ ଏବଂ ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଜୁନିଅର ରେଡକ୍ରସର ଆନ୍ଦୋଳନ, ଉଦ୍‌ବୋଧନୀ, ବିଭିନ୍ନ ତାଳି, ମୋଟ୍ଟୋ, ଲକ୍ଷ୍ୟ, ଉଦ୍ଦେଶ୍ୟ, ସପ୍ତନୀତି, ବିଦ୍ୟାଳୟରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ବିଷୟରେ ତାଲିମ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ କିଭଳି ନିଜ ନିଜ ଶିକ୍ଷାକୁ ଗ୍ରହଣ କରିବା ସହିତ ସମାଜର ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବେ ସେ ବିଷୟରେ ମାର୍ଗଦର୍ଶନ କରାଯାଇଛି । ଶିବତଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁହାସୀ ଦଣ୍ଡସେନା, ସରଗଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମେହେର, ତରଭା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରଜ ସେଠୀ, କଣ୍ଟାପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମିଶ୍ର, ଝାରତରଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମନାଭ କର୍ଣ୍ଣ, ତରଭା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ତ୍ରୀପାଠୀ, ବଡଭଇଁରୋ ହାଇସ୍କୁଲର ସୁରେନ୍ଦ୍ର କୁମାର ମିଶ୍ର, କାଉନସିଲର ଶତ୍ରୁଘ୍ନ ନାଏକ, ଖୁଲଣା ପଧାନ, ଶ୍ରୀଧର ପୁଟେଲ, ଶିବତଲା ହାଇସ୍କୁଲର ଶିକ୍ଷୟିତ୍ରୀ ପଲ୍ଲବୀ ଦାଶ, ଶଙ୍କର ସାହୁ, ବୁଧରାମ ବେହେରା, ରୋଶନ ଭୋଇ, ଦୁର୍ଯ୍ୟୋଧନ କର୍ଣ୍ଣ, ଦିବ୍ୟରଂଜନ ବିଭାର, ସରଗଜ ହାଇସ୍କୁଲର ଶିକ୍ଷକ ଗଣେଷ ମିଶ୍ର, ସ୍ୱାଗତ ବେଦବାଗ, ସୁଜାତା ନାଏକ, ଆରତୀ ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାଧନକର୍ମୀ ଆଶିଷ ନାଏକ, ବିସିସି ବିଜୟ କୁମାର ପଣ୍ଡା ଏବଂ ଶ୍ରୀହରି ବିଦ୍ୟାନିକେତନର ରାଜେଶ ମେହେର ସଂଯୋଜନା କରିଥିଲେ । ଏହି ଅବସରରେ ସମାଜର ଅବହେଳିତ ଓ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଶୀତବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

7 + eight =