jsm

ଅଲ୍‌ ଓଡିଶା ସିଡ୍ୟୁଲ କାଷ୍ଟ ଅର୍ଗାନାଇଜେସନର ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଯାଦବ ଭବନଠାରେ ଭୁବନ ନାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାର ସୁଧାଂଶୁ ଡାଙ୍ଗ (ଏଓଏସ୍‌ସିଓ)ର କାର୍ଯ୍ୟକାରୀ ସଭାପତି ଯୋଗଦେଇ ନକଲି ଏସ୍‌ସି କେଉଁଟ, କୈବର୍ତ୍ତ, ଧୀବରଙ୍କୁ ଏସ୍‌ସି ତାଲିକାରୁ ହଟାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ବରିଷ୍ଠ ସମାଜସେବି ଡ. ଅର୍ଜୁନ ମୁଗ୍ରୀ, ମୁଖ୍ୟବକ୍ତା ଭାବେ ଝାରସୁଗୁଡାର ବିଶିଷ୍ଟ ସମାଜସେବି ଯଦୁମଣଣି ଗରଡିଆ, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ଭରାସାଗର, ସତ୍ୟାନନ୍ଦ ସୁନା, ସୀତାରାମ କୁମ୍ଭା, ରତୀନ୍ଦ୍ର ରାଏ, ସୂର୍ଯ୍ୟକାନ୍ତି ଛତ୍ରିଆ, ବୈଦ୍ୟନାଥ ମହାନନ୍ଦିଆ, ଆଇନଜିବି ଜୟରାମ ହରିପାଲ ଆଦି ଯୋଗ ଦେଇ ସଂଗଠନକୁ ସୁଦୃଢ କରିବାକୁ ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମୋହନ ମହାନନ୍ଦ, ପ୍ରକାଶ ହରିପାଳ, ଦିନେଶ ନାଗ, ନିମାଇଁ ତାଣ୍ଡି, ରାଜେନ୍ଦ୍ର ସୁନା, ଜ୍ୟୋତିଷ ମୁଗ୍ରୀ, ତରଣୀସେନ ଦୀପ, ବୈକୁଣ୍ଠ ବାରିକ ଆଦି ସୁଚିନ୍ତିତ ମତାମତ ପରିପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିହାରୀ ଦୀପ, ବାସୁଦେବ ମୁଗ୍ରୀ, କୁନା ବାଗ, ନେପାଳ ଚନ୍ଦ୍ର ବାଗ, ସୁନିଲ ହରପାଲ, ଲାଲମନ ନାଗ, ଅନନ୍ତ କଲେତ ଆଦି ଯୋଗଦାନ କରି ଆଇନନଗତ ପ୍ରସ୍ତୁତି ତଥା ଆନ୍ଦୋଳନକୁ ଜୋରଦାର କରିବା ପାଇଁ ମତ ପ୍ରକାଶ କରିଥିଲେ । ଶେଷରେ ବିପିନ ନନ୍ଦ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

yuvodaya
Leave A Reply

Your email address will not be published.