jsm

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

csstore
  • ପାର୍ବତୀ ଗିରି ସେବା ସମ୍ମାନ ପାଇବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସନାତନ ମନ୍ଦିର ଠାରେ ମାଆ ପାର୍ବତୀ ଗିରି ଶ୍ରାଦ୍ଧ ଦିବସ ଓ ସଂଗଠନର ବିଂଶତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଶିଷ୍ଟ ଶିକ୍ଷାବିତ କପିଳ ପତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପାଇଁ ନାଟକ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ମର୍ଯ୍ୟଦାଜନକ ପାର୍ବତୀ ଗିରି ସେବା ସମ୍ମାନ ପ୍ରଦାନ ପାଇଁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ଅନ୍ୟ କୋଡିଏ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ‘ପୂଜ୍ୟପୂଜା ସମ୍ମାନ ୨୦୨୫’ ପୁସ୍ତକ ପ୍ରକାଶନ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ ଗିରିଜା ଶଙ୍କର ରଥ, ଡ.ଅଶୋକ କୁମାର ସେଠି, ଡ. ପ୍ରେମଚାନ୍ଦ ମହାନ୍ତି, ଉପଦେଷ୍ଟା ଜୟରାମ ମିଶ୍ର, ଡ. ଭବାନୀ ଶଙ୍କର ପଟେଲ, ସଭାପତି କେଶବ ଚନ୍ଦ୍ର ମିଶ୍ର, ସଂପାଦକ ସୁନାଧର ବନଛୋର, କସ୍ତୁରୀ ରଥ, ଅରୁଣ ଖୁଆ ଓ ମଦନ ମୋହନ ରଥ ଆଲୋଚନାରେ ଭାଗ ନେଇଥିଲେ । ଏହି ସଭାରେ ହୃଷିକେଶ ପୁରୋହିତ, ପ୍ରଦୀପ ପଶାୟତ, ରାମ ଶଙ୍କର ଶତପଥି, ବଳିଷ୍ଠ ପ୍ରଧାନ, ଦୁର୍ଗା ଚରଣ ସାହୁ, ତପସ୍ୱିନୀ ପସାୟତ, କହ୍ନାଇ ଭରାସାଗର, କଲ୍ଲୋଳିନୀ ମିଶ୍ର, ଦେବରାଜ ପାଣିଗ୍ରାହୀ, ସିତାଂଶୁ ଶେଖର ନାୟକ, ଆରତୀ ମିଶ୍ର, ସଂଯୁକ୍ତା ମିଶ୍ର, ନିହାରିକା ମିଶ୍ର, ରାଜଶ୍ରୀ ତ୍ରିପାଠି, ଭୀମସନେ ସାହୁ ଓ ସୁରଥ ସାହୁ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.