csstore

ଓମ୍ସା ଓଡ଼ିଶା ଆକ୍ସନ କମିଟି ପକ୍ଷରୁ ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା : ଟିଟିଲାଗଡରେ ରୋଗୀ ସେବା ବାଧାପ୍ରାପ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଜୁଲାଇ ଏକ ତାରିଖରୁ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତରଖାନା ମାନଙ୍କରେ ଡାକ୍ତରମାନଙ୍କ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି । ଫଳରେ ରୋଗୀସେବା ବ୍ୟାହତ ହୋଇଛି । ସକାଳୁ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଡାକ୍ତରଙ୍କ ସ୍ଥାନରେ ଆୟୁଷ ଡାକ୍ତର ରୋଗୀଙ୍କୁ ଦେଖୁଛନ୍ତି ଯାହାକି ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଅସମର୍ଥ । ଆୟୁସ ଡାକ୍ତର ଗର୍ଭବତୀ ମହିଳା, ଶିଶୁ ତଥା ଗମ୍ଭୀର ରୋଗୀଙ୍କ ଚିକିତ୍ସା କରିବାରେ ସକ୍ଷମ ନୁହଁନ୍ତି । ସେମାନେ ଏଲୋପାଥିକ ଔଷଧ ଲେଖିପାରିବାର ଅଧିକାର ନାହିଁ ତାହେଲେ ରୋଗୀ ସେବା ପାଇବେ କିପରି ? ବହୁତ ରୋଗୀ ଚିକିତ୍ସା ନ ପାଇ ଫେରି ଯାଉଛନ୍ତି । ତେବେ ଡାକ୍ତରଙ୍କ କହିବାନୁଯାୟୀ ଆମର ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ସଙ୍ଘର ନିର୍ଦ୍ଦେଶ ମାନିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରାରେ ସାମିଲ ହେବୁ ବୋଲି କହିଛନ୍ତି । ସକାଳୁ ଡାକ୍ତରଙ୍କ ଅନୁପସ୍ଥିତିରେ ନିଜେ ଏସଡିଏମ ଓ ପି. କେ. ନାଏକ ଇଣ୍ଡୋର ରାଉଣ୍ଡ ଡ୍ୟୁଟି କରିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ଏବଂ ଶିଶୁ ୱାର୍ଡ଼ରେ ରାଉଣ୍ଡ ଦିଆଯାଇନାହିଁ ।

jayashree
Leave A Reply

Your email address will not be published.