ତୁରେକେଲା ବ୍ଲକର ବିଡିଓଙ୍କ ବଦଳି ଦାବୀ କଲେ ପଂଚାୟତ ଅଧ୍ୟକ୍ଷା : ବି.ଡି.ଓ.ଙ୍କ ମନମୁଖୀ କାମ ସହ ଦୁର୍ନୀତି ଅଭିଯୋଗ ଆଣିଲେ ପଂଚାୟତ ପ୍ରତିନିଧି

କଂଟାବାଂଜି, (ମନୀଶ କୁମାର ହଂସ) : : ବି.ଡି.ଓ.ଙ୍କ ମନମୁଖୀ କାମ ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଂଚାୟତ ପ୍ରତିନିଧି । ବ୍ଲକ ଅଧ୍ୟକ୍ଷା ଅନୁ ଭୁଏ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟର ବର୍ତମାନର କାର୍ଯ୍ୟରତ ବିଡିଓ ମନୋରଂଜନ ପାଣିଗ୍ରାହୀ ନିୟମିତ ଅଫିସକୁ ଆସୁନାହାନ୍ତି । ଅଫିସକୁ ଆସିଲେ କାଁ ଭାଁ କାମ କରି ବିନା ଲାଂଚରେ କୌଣସି ଫାଇଲରେ ଦସ୍ତଖତ କରୁ ନାହାନ୍ତି । ବ୍ଲକର ସମସ୍ତ ୧୯ଗୋଟି ପଂଚାୟତ ଦାଦନ ପ୍ରବଣ ଅଂଚଳ ହୋଇଥିବା ବେଳେ କରୋନା ମହାମାରୀ ସମୟରେ ଅଂଚଳବାସୀଙ୍କୁ ସରକାରୀ ଯୋଜନାରେ ସାହାଯ୍ୟ କରିବା ପରିବର୍ତେ କଂଟାବାଂଜି ବାସଭବନରେ ରହି ଅଫିସକୁ ଠିକ୍‌ ସମୟରେ ଆସୁ ନହାନ୍ତି । ଏପରି କି ଗତ ସୋମବାର ଦିନ ବିଡିଓ ପାଣିଗ୍ରାହୀ ସହ କାର୍ଯ୍ୟରତ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ପହଂଚି ନ ଥିବାରୁ ମୂଖ୍ୟ ଫାଟକରେ ସୋମବାର ଦିନ ତାଲା ଝୁଲୁଥିବାର ଦେଖାଯାଇଥିଲା । ମୁଖ୍ୟ ଫାଟକରେ ତାଲା ମରାଯାଇଥିବାରୁ ବ୍ଲକକୁ ଜରୁରୀ କାମରେ ଆସିଥିବା ଅଂଚଳବାସୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୈନନ୍ଦିନ କାର୍ଯ୍ୟରତ ବି.ଡି.ଓ. ଏବଂ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟାଳୟକୁ ସକାଳୁଆ ଅଫିସ କାର୍ଯ୍ୟରେ ଯୋଗ ନ ଦେଇ ଦିନ ୧୧ଟା ପରେ ଅଫିସକୁ ଆସୁଥିବାରୁ ଅଫିସ କାର୍ଯ୍ୟ ଠପ୍‌ ହେଉଛି । ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତ ସଂପୂର୍ଣ୍ଣ ମାଓ ପ୍ରବଣ ଅଂଚଳ ସହ ଦାଦନ ପ୍ରବଣ ଅଂଚଳ । ବ୍ଲକର ଜନସାଧାରଣ କାମ ଧନ୍ଧା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ବ୍ଲକରେ ଏମ.ଜି.ଏନ.ଆର.ଜି.ଏ.ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଟୀର ତଥା ଅନ୍ୟାନ୍ୟ ଊନ୍ନୟନ ମୂଳକ କାର୍ଯ୍ୟରେ ବିନା ଲାଂଚରେ ବି.ଡି.ଓ. ଦସ୍ତଖତ କରୁ ନଥିବା ଅଭିଯୋଗ ଆଣିଛନ୍ତି ପଂଚାୟତ ସମିତି ଅଧ୍ୟକ୍ଷା ଭୁଏ । ବି.ଡି.ଓ.ଙ୍କ ଦୁର୍ନିତି କାର୍ଯ୍ୟକଳାପ ଉପରେ ତୁରନ୍ତ ବଦଳି ଦାବୀକରି ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଲିଖିତ ଭାବେ ଜଣାଇଥିବା ଅଧ୍ୟକ୍ଷା ଭୁଏ ସହ ସମିତି ସଭ୍ୟ କୌଶିକ ମେହେର, ବିଧାୟକ ପ୍ରତିନିଧି କାର୍ତିକ ପୁଟେଲ, ହିଆଁଲ ସରପଂଚ ହରିସିଂ ପୋଢ, ହଲନଭଟା ସରପଂଚ ବଂଶି ତାଣ୍ଡି, ଝରଣି ସରପଂଚଙ୍କ ପ୍ରତିନିଧି, ଖଗସା ପଂଚାୟତ ସମିତି ସଭ୍ୟ ହରେକୃଷ୍ଣ ସଗରିଆ, ଘୁନେଶ ପଂଚାୟତ ସମିତି ସଭ୍ୟ କୈବଲ ଭୋଇ, ଧାମନଡଙ୍ଗା ପଂଚାୟତ ସମିତି ସଭ୍ୟ ଖେଲନ୍ତି ସମରଥ, ହିଆଁଲ ପଂଚାୟତ ସମିତି ସଭ୍ୟ ଲୋକନାଥ ଥପା ସହ ଅନ୍ୟ ସରପଂଚ ଏବଂ ସମିତି ସଭ୍ୟ ଜଣାଇଛନ୍ତି । ବି.ଡି.ଓ. ମନୋରଂଜନ ପାଣିଗ୍ରାହୀଙ୍କ ଅନୁପସ୍ଥିତି କାରଣରୁ ତାଙ୍କ ମୋବାଇଲ ନଂ. ୯୮୬୧୬୭୮୨୭୭କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ରିଂଗ ଯାଇଥିବା ସତ୍ୱେ ଫୋନ ଉଠାଇ ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.

five × 5 =

error: Content is protected !!