ଛତ୍ରପୁର ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ବସିବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ହସ୍ପିଟାଲର ସ୍ୱାର୍ଥ ଦୃଷ୍ଟିରୁ ଏକ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବାର ଯୋଜନା ରହିଛି । ଏନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଯାହାକି, ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଛତ୍ରପୁର ମେଡିକାଲରେ ପହଞ୍ଚି ଏକ ସାଇଟ୍ ସିଲେକ୍ସନ କରିଛନ୍ତି । ୨୦ କିଲୋ ଲିଟର ବିଶିଷ୍ଟ ଉକ୍ତ ପ୍ଲାଣ୍ଟରୁ ପାଇପ୍ ଯୋଗେ ହସ୍ପିଟାଲର ସମସ୍ତ ସ୍ଥାନର ରୋଗୀଶଯ୍ୟା ନିକଟକୁ ରୋଗୀଙ୍କୁ ଯୋଗାଣ ହେବ ଅକ୍ସିଜେନ୍‌ ବ୍ରହ୍ମପୁର ଏମକେସିଜିରେ ଅକ୍ସିଜେନ୍ ପ୍ଲାଣ୍ଟ ଗୁରୁବାର କାର୍ଯ୍ୟକ୍ଷମ ହେଇଛି । ଆଜି ପୁଣି ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ପରିସରରେ ସାଇଟ୍ ସିଲେକ୍ସନ ପାଇଁ ପଦକ୍ଷେପ ନିଆଗଲା । ସାଇଟ ଚୟନ ପରେ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି କୁହାଯାଇଛି । ଏହି ପ୍ଲାଣ୍ଟ ହେଲେ ରୋଗୀଙ୍କୁ ଅକ୍ସିଜେନର ଅଭାବ ରହିବ ନାହିଁ । ବର୍ତ୍ତମାନ ଅକ୍ସିଜେନ୍ ଅଭାବରୁ ବହୁ ରୋଗୀଙ୍କର ମୃତ୍ୟୁ ହେଉଛି । ଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ହସ୍ପିଟାଲ ସୁପରିଟଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ରାସ୍ତା ଓ କୋଠାବାଡି ବିଭାଗ-୨ର ନିର୍ବାହୀଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ସବଡିଭିଜନ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଏକ ଅକ୍ସିଜନ ପ୍ଲାଣ୍ଟ ହେବା ବିଷୟ ଜାଣି ସହରର ବହୁ ନେତୃବର୍ଗ ଖୁସିବ୍ୟକ୍ତ କରି ରାଜ୍ୟସରକାରଙ୍କୁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଆଗକୁ ଏହାକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦେବାପାଇଁ ଛତ୍ରପୁରବାସୀ ଆଶାରଖିଛନ୍ତି । ଜିଲ୍ଲା ହେଡ କ୍ୱାଟରର ମାନ୍ୟତା ସ୍ୱରୂପ ଛତ୍ରପୁର ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲର ମାନ୍ୟତା ଦେବା ଭଳି ଆଶା ପୂରଣ କରିବା ନିମନ୍ତେ ଜନସାଧାରଣ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

20 − two =