ସାନଭାଇର କାଠ ଫାଳିଆ ମାଡ଼ରେ ବଡଭାଇର ପ୍ରାଣ ଗଲା

ରାଉରକେଲା : ସାନଭାଇର କାଠ ଫାଳିଆ ମାଡ଼ରେ ବଡଭାଇର ପ୍ରାଣବାୟୁ ଉଡ଼ିଯାଇଥିବା ଭଳି ଏକ ଅଭାବନୀୟ ଖବର ଆସିଛି । ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଂଚାୟତ ଅଧୀନସ୍ଥ ହରପାଲି ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ୍ୟୁବରଣ କରିଥିବା ବଡ଼ଭାଇ ଜଣକ ସୁଖୁ ଲାକ୍ରା(୩୫) ବୋଲି ଖବରରେ କୁହାଯାଇଛି । ଅଭିଯୁକ୍ତ ସାନଭାଇ ବନ୍ଧନୁ ଲାକ୍ରା(୨୮)କୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିବା ଜଣାପଡ଼ିଛି । କୁହାଯାଇଛି ଯେ, ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ଘରର କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଝଗଡା ବେଳେ ବନ୍ଧନୁ ପ୍ରଚଣ୍ଡ ରାଗିଯାଇ ଏକ କାଠ ଫାଳିଆରେ ସୁଖୁଙ୍କୁ ମୁଣ୍ଡକୁ ପ୍ରହାର କରିଥିଲେ । ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ସୁଖୁକୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଖୁର ମୃତ୍ୟୁ ହୋଇଥବା କୁହାଯାଇଛି ।

Leave A Reply

Your email address will not be published.