ବିହାର ପରାଜୟକୁ ନେଇ ମହାମେଂଟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି

ପାଟନା : ବିହାର ପରାଜୟକୁ ନେଇ ମହାମେଂଟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଧ୍ୟାୟ । ଗୋଟିଏ ପଟେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଂଟ ଭିତରେ ଟଣାଓଟରା ସ୍ଥିତି ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) କହିଛି ଯେ, କଂଗ୍ରେସ ପାଇଁ ମହାମେଂଟ ପରାଜିତ ହୋଇଛି । ଆର୍‌ଜେଡି ନେତା ଶିବାନନ୍ଦ ତିୱାରି କହିଛନ୍ତି ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିକ୍‌ନିକ୍‌ ପାଳନ କରୁଥିଲେ ।
ଏଠାରେ ସୂଚନାଯୋଗ୍ୟ, ଶିବାନନ୍ଦଙ୍କର ଏକ ଭିଡିଓରେ ସେ କହୁଛନ୍ତି ଯେତେବେଳେ ବିହାର ବିଧାନସଭା ନିର୍ବାଚନ ଶେଷ ସମୟରେ ଉପନିତ ହୋଇଥିଲା ସେତେବେଳେ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କ ସହ ସିମ୍‌ଲାରେ ପିକ୍‌ନିକ୍‌ କରୁଥିଲେ । କଂଗ୍ରେସର ଏଭଳି ନିର୍ବାଚନ ଲଢୁଥିବା ବେଳେ ଏଥିରେ ଭାଜପାକୁ ଲାଭ ଉଠାଇ ଚାଲିଛି ।

Leave A Reply

Your email address will not be published.