csstore

ଉତ୍କଳ ଦିବସ ଅବସରରେ ହୋଟେଲ ଏକ୍ସଲେନ୍ସି ପରିସରରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳ ଦିବସ ଅବସରରେ ହୋଟେଲ ଏକ୍ସଲେନ୍ସି ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ହୋଟେଲ ଏକ୍ସଲେନ୍ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସେନାପତିଙ୍କ ମାର୍ଗଦର୍ଶନ ଏବଂ ସହଯୋଗରେ ଜେନେରାଲ ମ୍ୟାନେଜର, ଆଶିଷ ମିଶ୍ର ଏବଂ ତାଙ୍କ ସହଯୋଗୀମାନେ ସରକାରୀ ରକ୍ତ ଭଣ୍ଡାର (ବିଏମସି ହସ୍ପିଟାଲ), ଭୁବନେଶ୍ୱର ସହଯୋଗରେ ‘ଉତ୍କଳ ଦିବସ’ ଅବସରରେ ରକ୍ତଦାନର ଏକ ମହାନ୍ କାର୍ଯ୍ୟକ୍ରମ କରିଥିଲେ । ହୋଟେଲ ଏକ୍ସଲେନ୍ସି ଏବଂ ଭୁବନେଶ୍ୱରର ଅନ୍ୟାନ୍ୟ ହୋଟେଲରୁ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀମାନେ ରକ୍ତଦାନ ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଛନ୍ତି ।

jayashree
Leave A Reply

Your email address will not be published.