ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଗୁରୁଜୀ ସଦନ କୁମାର ତିୱାରୀଙ୍କ ଜନ୍ମଦିନ ଅବସରରେ ବରଗଡ଼ ତୁରୁଙ୍ଗା ସ୍ଥିତ ବୈଷ୍ଣୋଦେବୀ ମନ୍ଦିର କମିଟି ଓ ନିଷ୍ଠା ପରିବାର ପକ୍ଷରୁ ମନ୍ଦିର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଗୁରୁଜୀ ଫିତା କାଟି ଉଦ୍‌ଘାଟନ କରିଥିଲେ । ଶିବିରରେ ଆଠ ଜଣ ମହିଳାଙ୍କ ସମେତ ୨୫ଜଣ ପୁରୁଷ ସର୍ବମୋଟ ୩୩ଜଣ ରକ୍ତଦାନ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ରକ୍ତ ସଂଗୃହିତ କାର୍ଯ୍ୟ ସମ୍ପାଦିତ ହେଇଥିଲା । ଏହି ଅବସରରେ ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଶିବିରରେ ମହେନ୍ଦ୍ର ଦାଶ, ମଣ୍ଟୁ ଗଡ଼ତିଆଙ୍କ ସମେତ ସମସ୍ତ ମନ୍ଦିର ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ । ନିଷ୍ଠା ପରିବାରର ଉପଦେଷ୍ଟା ଉତ୍ତମ ଦାସ, ଉପସଭାପତି ଆଶିଷ କର, କ୍ଷୀରୋଦ୍ର ସାହୁ, ଉପଦେଷ୍ଠା ଅଶ୍ୱିନୀ ତ୍ରିପାଠୀ ଓ ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା ଓ ଅନ୍ୟ ସଦସ୍ୟ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଶେଷରେ ଗୁରୁଜୀଙ୍କୁ ଏକ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

1 − 1 =