ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ କରାଯାଇଛି । ଏହି ଶୋଭାଯାତ୍ରାରେ ସ୍କାଉଟ ଓ ଗାଇଡ, ଏନସିସି ଓ ଏନଏସଏସର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ନବୋଦୟ ବିଦ୍ୟାଳୟରୁ ବାହାରି ପାଖରେ ଥିବା ଏରେଡା ଗ୍ରାମ ପରିକ୍ରମା କରି ଆଜାଦି କା ଅମୃତ ମହୋତ୍ସବର ବାର୍ତ୍ତା ପ୍ରତି ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇଥିଲେ । ଛାତ୍ରଛାତ୍ରୀମାନଙ୍କ ତରଫରୁ ସ୍ଲୋଗାନ ଓ ଦେଶାତ୍ମବୋଧକ ସଙ୍ଗୀତ ମଧ୍ୟ ଗାନ କରାଯାଇଥିଲା । ଗ୍ରାମବାସୀଙ୍କୁ ଜାତୀୟ ପତାକା ବଣ୍ଟନ କରି ଆଜାଦି କା ଅମୃତ ମହୋତ୍ସବର ଗୁରୁତ୍ୱକୁ ବୁଝାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଜୋଲି ଟମିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Leave A Reply

Your email address will not be published.

twenty − 14 =