ଟ୍ରେନ୍‌ରୁ ଡେଇଁ ଲୁଟେରାକୁ ମାଡିବସିଲେ ସାହସୀ ମହିଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଟ୍ରେନ୍‌ରୁ ଡେଇଁ ଲୁଟେରାକୁ ମାଡ଼ିବସିଲେ ସାହସୀ ମହିଳା । ସୂଚନା ଅନୁସାରେ ବୋଲଗଡର ଝିଅ ସୌମ୍ୟା ସିଂ ଗତକାଲି ଢେଙ୍କାନାଳ ପୁରୀ ପାସେଞ୍ଜର ଟ୍ରେନ୍‌ରେ ପୁରୀ ଯାଉଥିବା ବେଳେ ହରିପୁରଠାରେ ଜଣେ ଲୁଟେରା ମହିଳାଙ୍କଠାରୁ ଭ୍ୟାନେଟି ଛଡାଇ ନେଇ ଓହ୍ଲାଇ ଯାଇଥିଲା । ମହିଳା ଜଣକ ଲୁଟେରାର ପିଛା କରି ଟ୍ରେନ୍‌ରୁ ଓହ୍ଲାଇ କିଛି ଦୂରରେ ଲୁଟେରାକୁ ମାଡ଼ିବସିଥିଲେ । ପାଟିକରି ସ୍ଥାନୀୟ ଲୋକଙ୍କୁ ଡାକପକାଇ ଥିଲେ । ଲୋକେ ଲୁଟେରାକୁ କାବୁକରି ନେଇଥିଲେ । ଇତି ମଧ୍ୟରେ ଟ୍ରେନ୍‌ଟି ଛାଡି ଦେଇଥିଲା । ଟ୍ରେନ୍‌ ମଧ୍ୟରେ ମହିଳାଙ୍କ ଚାରି ବର୍ଷର ନାବାଳିକା ରହିଯାଇଥିଲା । ଡେଲାଙ୍ଗ ଷ୍ଟେସନଠାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଖବରପାଇ ରେଳ ସୁରକ୍ଷା ବାହିନୀ ପହଂଚି ଲୁଟେରାକୁ ଗିରଫ କରିଥିଲେ । ତା’ ଠାରୁ ଅପହୃତ ଭ୍ୟାନେଟି ଉଦ୍ଧାର କରାଯାଇଥିଲା । ଲୁଟେରା ଜଣକ ଜଟଣୀ ବୁଢାପଡାର ପ୍ରମୋଦ ସାହୁ ବୋଲି ଜଣାପଡିଛି । ଜିଆରପି ଲୁଟେରାକୁ ଗିରଫ କରିଛନ୍ତି । ମହିଳାଙ୍କର ସାହାସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

16 + three =

error: Content is protected !!