ଭିଜିଲାନ୍ସ ଜାଲରେ ପାଇକମାଲ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ପାଇକମାଲ କୃଷି ବିଭାଗର ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ୧ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ପାଇକମାଲ ବସଷ୍ଟାଣ୍ଡରେ ଧରିଲେ ବରଗଡ ଏବଂ ସମ୍ବଲପୁର ଭିଜିଲାନ୍ସ ଟିମ । ସୂଚନା ମୁତାବକ ପ୍ରଣୟ କୁମାର ମନ୍ତ୍ରୀ ଜଗଗଦଲପୁର ଥାନା ଅନ୍ତର୍ଗତ ଚଙ୍ଗରିଆ ଗ୍ରାମର ମିତ୍ରଭାନୁ ସାହୁଙ୍କ ଠାରୁ ପେସ୍ଟିସାଇଡ ଦୋକାନ ଚଲାଇବାକୁ ୧ ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଖବର ପାଇ ବରଗଡ ଏବଂ ସମ୍ବଲପୁର ଭିଜିଲାନ୍ସ ଟିମ ଆଜି ସକାଳୁ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ପଇସା ନେବା ସମୟରେ ପାଇକମାଲ ବସଷ୍ଟାଣ୍ଡରେ ଧରିଥିଲେ ଏବଂ ବରଗଡ ଭିଜିଲାନ୍ସ ଅଫିସକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

11 − 10 =

error: Content is protected !!